Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey Team Top Players

ମୁଖ୍ୟ ଖବର

    ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Feb 5, 2023    Views: 3637


    ତ୍ରିପୁରା : ତ୍ରିପୁରାରେ ବିଧାନସଭା ନିର୍ବାଚନର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ରାଜନୈତିକ ଅଦଳବଦଳ କରିଥିଲା  । ବିପ୍ଲବ ଦେବଙ୍କ ବଦଳରେ ଏବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ଡାକ୍ତର ମାନିକ ଶାହା  । ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯିବା ସହିତ, ସେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଜଣେ ଦାନ୍ତ ଡାକ୍ତରରୁ କ୍ୟାରିୟର ଆରମ୍ଭ କରି ମାନିକ ଶାହା ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ।

    ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାନିକ ଶାହା ୬ ବର୍ଷ ପୂର୍ବରୁ କଂଗ୍ରେସ ଦଳରେ ଥିଲେ  । ହେଲେ ୬ ବର୍ଷ ତଳେ ସେ କଂଗ୍ରେସକୁ ବାଏ ବାଏ କହିବା ସହିତ ବିଜେପିରେ ସାମିଲ ହୋଇଥିଲେ  । ଆଉ ଖୁବ କମ୍‌ ଦିନ ଭିତରେ ରାଜ୍ୟର ଜଣେ ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ  । ମାତ୍ର ୨ ବର୍ଷ ଭିତରେ ରାଜ୍ୟ ବିଜେପିର ସଭାପତି ହେବା ସହିତ ରେ ତ୍ରିପୁରା କ୍ରିକେଟ୍‌ ଆସୋସିଏସନର ସଭାପତି ଓ ପରେ ପରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ  । ଡାକ୍ତର ମାଣିକ ଶାହାଙ୍କ ରାଜନୈତିକ କ୍ୟାରିୟର ସ୍ୱଚ୍ଛ ଓ ନିର୍ମଳ ଥିବା ହେତୁ ବିଜେପି ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି  । 

    Maximum 500 characters

    Hockey Team Top Players View all

    Find Us on Facebook