Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମମିତା ମୃତୁ୍ୟ ମାମଲାରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Oct 26, 2021    Views: 4003


    ଭୁବନେଶ୍ୱର: ମାହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଥିଲେ । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଆଲୋଚନା କରିଛନ୍ତି । 
    ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରିଥିଲେ । ଏହି ସମୟରେ ମମିତାଙ୍କ ବାପା କାନ୍ଦି ପକାଇଥିଲେ । କିଭଳି ନିଜ ଝିଅକୁ ବିଭସô ଭାବେ ଗୋବିନ୍ଦ ସାହୁ ହତ୍ୟା କରିଥିଲା, ତାହା କହିବାବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ।  ଏହି ଆଲୋଚନା ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ୮ ତାରିଖ ପୂର୍ବରୁ ମମିତା ଏକୁଟିଆ ବାହାରକୁ ଯାଇଥିଲେ । ଏହା ସହିତ ମମିତା ନିଖୋଜ ପରେ ମମିତାଙ୍କ ବାପା ମାହାଲିଙ୍ଗ କଲେଜକୁ ଯାଇଥିଲେ ଓ ସେଠାରେ ଗୋବିନ୍ଦ ସାହୁ ପିଅନ ମାଧ୍ୟମରେ ଏତଲା ଲେଖାଇ ଥିଲେ, ଏହା ପରେ ମମିତାଙ୍କ ବାପା କିଛି ନପଢି ସେଥିରେ ଦସ୍ତଖତ କରିଥିଲେ । ଏହାପରେ ଗୋବିନ୍ଦ ସାହୁ ପ୍ରଥମେ କେଙ୍ଗା ଥାନାରେ ପହଞ୍ଚି  ଏତଲା ଦେଇଥିଲେ ଓ ପରେ ସେ ପହଞ୍ଚି ଥିଲେ ବୋଲି କହିଛିନ୍ତି ମମିତାଙ୍କ ବାପା ।

    ତେବେ ତାଙ୍କ ଝିଅ ମୃତୁ୍ୟକୁ ନେଇ ରାଜନୀତି କରାଯାଉଛି ଓ ଗୋବିନ୍ଦ ସାହୁ ପଛରେ ଆଉ କେହି ମୁଖ୍ୟ ଅଭିଯୁକ୍ତ ଅଛନ୍ତି ବୋଲି ମମିତାଙ୍କ ବାପା କହିଛନ୍ତି । ଘଟଣାରେ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ଫାଶି ମଧ୍ୟ ସେ ଦାବି କରିଛନ୍ତି ।  

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook