Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅବପାତରେ ପରିଣତ ହେଲା ଲଘୁଚାପ

    Share on :
    ajab-Image
    Date: Aug 14, 2022    Views: 3433

    ଭୁବନେଶ୍ୱର: ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ  ଅବପାତରେ ପରିଣତ ହୋଇଛି । ଦୀଘାରୁ ଦକ୍ଷିଣ ପୂର୍ବର ୧୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି ।  ଏହାଛଡ଼ା ବାଲେଶ୍ୱର ଠାରୁ ପୂର୍ବ ଉତ୍ତର-ପୂର୍ବକୁ ୯୦ କିମି ଦୂରରେ  ଏହା କେନ୍ଦ୍ରୀଭୂତ ହୋଇଛି ।
     ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଭୁବନେଶ୍ଵର କଟକରେ ଦିନ ତମାମ ମେଘୁଆ ପାଗ ରହିବ । ପ୍ରବଳ ବର୍ଷା ଆଶଙ୍କା ନେଇ ଆଜି ପାଣିପାଗ ବିଭାଗ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
    ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିମି ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏରସମା ଠାରେ ସର୍ବାଧିକ ବର୍ଷା ୨୧୫ ମିମି ରେକର୍ଡ ହୋଇଛି । ସୁନ୍ଦଗଡ଼ ହେମଗିରି ଠାରେ ୨୧୦.୪ ମିମି, ପୁରୀ ଅସ୍ତରଙ୍ଗ ଠାରେ ୧୬୮ମିମି ଓ ପୁରୀ ସହରରେ ୯୪ ମିମି ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୧୪୬ , ହୀରାକୁଦ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook