Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୁର୍ଗାପୂଜା ହେଲା କାଳ, ପୁଣି ଫେରିଲା ଲକଡାଉନ

    Share on :
    ajab-Image
    Date: Oct 27, 2021    Views: 3873

    କୋଲକାତା: ପଶ୍ଚିମବଙ୍ଗରେ ପୁଣି ଫେରିଛି ଲକଡାଉନ । ଦୁର୍ଗାପୂଜା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ନିଆଯାଇଛି ଏପରି ନିଷ୍ପତ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗାଣା ଜିଲ୍ଲାର ସୋନାରପୁର ପୌରପାଳିକା ଅଞ୍ଚଳରେ ତିନି ଦିନ ପାଇଁ ଲକଡାଉନ ଲଗାଇଛି ବେଙ୍ଗଲ ସରକାର । ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏଥି ସହ ସୋନାରପୁର ଅଞ୍ଚଳରେ ଏପର୍ୟ୍ୟନ୍ତ ୧୯ଟି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ ମଧ୍ୟ ଘୋଷଣା କରିଛି ।

    ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବେଙ୍ଗଲ ସରକାରଙ୍କୁ ଏକ ଚିଠି ଲେଖି ଦୁର୍ଗାପୂଜା ଉତ୍ସବ ପରେ ବେଙ୍ଗଲରେ କରୋନା ମାମଲାରେ ବୃଦ୍ଧି ଘଟିଥିବା ଜଣାଇଛି । ଚିଠିରେ ଆଇସିଏମଆର ଉଲ୍ଲେଖ କରିଛି ଯେ ଦୁର୍ଗାପୂଜା ପରଠାରୁ କୋଲକାତାରେ କରୋନା ମାମଲା ପ୍ରାୟ ୨୫% ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କେବଳ କୋଲକାତାରେ ୨୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛିନ୍ତି କି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇଛି ବୋଲି ସେ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook