Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କମ୍ ନିଦ୍ରା ହୃତଘାତର କାରଣ !

    Share on :
    ajab-Image
    Date: Jul 4, 2022    Views: 2896

    ଭୁବନେଶ୍ୱର: କମ ନିଦ୍ରା ପାଇଁ ହୋଇପାରେ ହୃଦରୋଗ। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ ଆସୋସିଏସନ । ପୂର୍ବରୁ ୭ଟି କାରଣ ପାଇଁ ହେଉଥିଲା ହୃଦରୋଗ। ନିକୋଟିନ ସେବନ, ଶାରିରୀକ ପରିଶ୍ରମ, ଡାଏଟ, ଓଜନ ବୃଦ୍ଧି , ରକ୍ତ ସର୍କରା, କୋଲେଷ୍ଟ୍ରଲ ଓ ରକ୍ତ ଚାପ ହୃଦରୋଗର ମୁଖ୍ୟ କାରଣ ଥିଲା। ଏବେ କମ ନିଦ୍ରା ହୃଦରୋଗର ଏକ ନୂଆ କାରଣ ବୋଲି ଆମେରିକାନ ହାର୍ଟ ଆସୋସିଏସନ କହିଛି। କେବଳ ଧୂମ୍ରପାନ ଓ ହାଇ କ୍ୟାଲୋରୀ ଖାଦ୍ୟ ନୁହେଁ ନିଦ୍ରା ମଧ୍ୟ ହାର୍ଟ ସମସ୍ୟା ସୃଷ୍ଟି କରିପାରେ।

    ବୟସ୍କମାନେ ଭଲ ହୃଦୟ ପାଇଁ ୭ରୁ ୯ ଘଣ୍ଟା ଓ ଶିଶୁମାନେ ତା’ଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। ୬ ଘଣ୍ଟାରୁ କମ ଶୋଉଥିବା ଲୋକମାନଙ୍କ ପାଖରେ ମେଦବହୁଳତା, ରକ୍ତଚାପ, ଟାଇପ ୨ ଡାଇବେଟିସ ଓ ଖରାପ ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଦେଖାଯାଏ। ବିଶ୍ୱର ବହୁ ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ। ଭାରତରେ ହୃଦରୋଗରେ ଲକ୍ଷେରେ ୨୭୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି।

     

    Maximum 500 characters

    ବିଶେଷ View all

    Find Us on Facebook