ମୁଖ୍ୟ ଖବର
ଭୁବନେଶ୍ୱର: ଫିଲ୍ମ ‘କେଜିଏଫ୍-୨’ ବକ୍ସ ଅଫିସରେ ହିଟ୍ ହେବାରେ ଲାଗିଛି । ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିଥିଲେ । ‘କେଜିଏଫ-୧ର ରିଲିଜ ପରେ ୟଶଙ୍କ ଲୋକପ୍ରିୟତାର ବଢିଥିଲା । କେଜିଏଫ୍-୨ ୟଶଙ୍କୁ ବହୁ ଉପରକୁ ନେଇଯାଇଛି କହିଲେ ଭୁଲ ହେବ ନାହିଁ । ୟଶ ବର୍ତ୍ତମାନ ସାଉଥ ସିନେମାର ସବୁଠାରୁ ଦାମୀ ଷ୍ଟାରଙ୍କ ମଧ୍ୟରୁ ଜଣେ ।
ତେବେ ଫିଲ୍ମ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍-୨’ ରିଲିଜ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି । ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି । ବର୍ତ୍ତମାନ ଫିଲ୍ମଟି ୧୬ ଦିନରେ ମୋଟ ବକ୍ସ ଅଫିସ ୯୫୦ କୋଟି ଟଙ୍କା ଅତିକ୍ରମ କରିସାରିଲାଣି । ତେବେ ଫିଲ୍ମଟି ବହୁତ ଜଲ୍ଦି ୧୦୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି । କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ଏହି ଫିଲ୍ମଟି ମୁକ୍ତିଲାଭ କରିଥିଲା । ଫିଲ୍ମରେ ୟସଙ୍କ ସମେତ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି ।
Comments ସମସ୍ତ ମତାମତ