ମୁଖ୍ୟ ଖବର
ଭୁବନେଶ୍ୱର: ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷ ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ । ଏଥିପାଇଁ ଆସନ୍ତା ୬ ତାରିଖରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ । ଛାତ୍ରଛାତ୍ରୀ ମେ ୬ତାରିଖ ଯାଏ ଅନଲାଇନରେ ପଞ୍ଜିକାରଣ କରିବେ ।
ଏହାପରେ ମେ ୬ତାରିଖ ଭିତରେ ଫି ଦାଖଲ କରିବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପରୀକ୍ଷା ଆସନ୍ତା ଜୁଲାଇ ମାସ ପ୍ରଥମ କିମ୍ବା ଦ୍ୱତୀୟ ସପ୍ତାହରେ ସିବିଟି ମୋଡ୍ରେ ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଅନ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟ ଯୋଡି ହୋଇପାରିବ । ଛାତ୍ରଛାତ୍ରୀ ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ଦେଇପାରିବେ । ସମସ୍ତ ପ୍ରଶ୍ନ ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍ (ଏମ୍ସିକୁ୍ୟ) ରହିବ । ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
Comments ସମସ୍ତ ମତାମତ