Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ୧୯୭୭ : ଆରମ୍ଭ ହେଲା ଜ୍ୟୋତିବସୁ ଓ ବାମ ଶାସନ

    Share on :
    ajab-Image
    Date: Mar 13, 2021    Views: 5704

    ୧୯୭୭ ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିର ମୋଡ଼ ବଦଳାଇ ଦେଇଥିଲା  । ପୂର୍ବରୁ କଂଗ୍ରେସ ପଶ୍ଚିମବଙ୍ଗକୁ କରାୟତ କରି ଆସୁଥିବାବେଳେ ଜ୍ୟୋତିବସୁଙ୍କ ନେତୃତ୍ୱରେ ବାମମେଂଟ ୧୯୭୭ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା  । କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ଶାସନର ଅବସାନ ପରେ ପଶ୍ଚିମବଙ୍ଗ ସାମ୍ନା କରିଥିଲା ବିଧାନସଭା ନିର୍ବାଚନ  । ସେତେବେଳେ କଂଗ୍ରେସ ବିରୋଧରେ ତୀବ୍ର ଅସନ୍ତୋଷ ରହିଥିଲା  । ଏହାର ଫାଇଦା ନେଇ ପଶ୍ଚିମବଙ୍ଗ ରାଜନୀତିରେ ବାମମେଂଟର ଦବଦବା ଆରମ୍ଭ ହୋଇଥିଲା  ।

    ପଶ୍ଚିମବଙ୍ଗର ଲୋକପ୍ରିୟ ନେତା ଜ୍ୟୋତି ବସୁଙ୍କ ନେତୃତ୍ୱରେ ବାମ ଶାସନର ଏଭଳି ମଜବୁତ ମୂଳଦୁଆ ପଡ଼ିଥିଲାଯେ, ଯାହା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା  । ୧୯୭୭ରେ କେନ୍ଦ୍ରରେ ଜନତା ଦଳର ସରକାର ଆସିବା ପରେ କଂଗ୍ରେସ ଶାସିତ ୯ ରାଜ୍ୟରେ ନିର୍ବାଚନ କରାଯାଇଥିଲା  ।

    ସେତେବେଳେ ଜନତା ଓ ସିପଏମ ନେତୃତ୍ୱାଧୀନ ବାମମେଂଟ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ  । କିନ୍ତୁ ଆସନ ଭାଗବଂଟା ଚୂଡ଼ାନ୍ତ ନହେବାରୁ ଉଭୟ ଅଲଗା ଅଲଗା ନିର୍ବାଚନ କରିବାକୁ ବାଧ୍ୟ ହୋଇଥିଲେ  । ସବୁଠାରୁ ବଡ଼ କଥା ହେଉଛି, ସେତେବେଳେ ବାମମେଂଟ ଜନତା ଦଳକୁ ୫୬% ଆସନ ଛାଡ଼ିବାକୁ ରାଜି ହୋଇଥିଲା  । ଏପରିକି ଜନତା ପାର୍ଟି ନେତା ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବି ବାମମେଂଟ ସମ୍ମତି ଜଣାଇଥିଲା  । ତେବେ ଜନତା ପାର୍ଟି ୭୦% ଆସନ ମାଗିବାରୁ ବୁଝାମଣା ହୋଇପାରିନଥିଲା  । ୧୯୭୭ ନିର୍ବାଚନରେ ପଶ୍ଚିମବଙ୍ଗରେ ତ୍ରିକୋଣୀୟ ମୁକାବିଲା ହୋଇଥିଲା  । ଗୋଟିଏ ପଟେ କଂଗ୍ରେସ (ଆର) ଥିବାବେଳେ ଅନ୍ୟ ଦୁଇ ପଟେ ବାମମେଂଟ ଓ ଜନତା ପାର୍ଟି ଥିଲା  ।

    ବିଭିନ୍ନ ରାଜନୀତିକ ବିଶାରଦଙ୍କ ଗଣନାକୁ ଭୁଲ ପ୍ରତିପାଦିତ କରି ପଶ୍ଚିମବଙ୍ଗରେ ବାମମେଂଟ ଏକପାଖିଆ ବିଜୟ ହାସଲ କରିଥିଲା  । ଦଳ ମୋଟ ୨୯୪ ଆସନରୁ ୨୩୧ ଆସନରେ ବିଜୟ ଲାଭ କରିପାରିଥିଲା  । ନିର୍ବାଚନ ଫଳାଫଳ କେବଳ ଅନ୍ୟ ଦଳକୁ ନୁହେଁ ବାମମେଂଟକୁ ବି ଚକିତ କରିଦେଇଥିଲା  । ଯେଉଁ ଦଳ ଜନତା ପାର୍ଟିକୁ ୫୨% ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିଲା ସେହି ଦଳ ଏକପାଖିଆ ବିଜୟୀ ହୋଇଥିଲା  । ସେହି ନିର୍ବାଚନରେ ଜନତା ପାର୍ଟି ମାତ୍ର ୨୯ ଆସନ ଓ କଂଗ୍ରେସ ୨୦ ଆସନରେ ବିଜୟୀ ହୋଇଥିଲେ  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook