ମୁଖ୍ୟ ଖବର
କୋଚି: ଆଇପିଏଲ ୨୦୨୩ର ନିଲାମ ଡ଼ିସେମ୍ବର ୨୩ ଶୁକ୍ରବାର ଦିନ କୋଚିରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଇପିଏଲ ପ୍ରେମୀଙ୍କ ମନରେ ଭରିରହିଛି ଉତ୍କଣ୍ଠା । ପ୍ରତ୍ୟେକ ଫ୍ରାଞ୍ଚାଇଜକୁ ସମଗ୍ର ବଜେଟ ୭୫% ଖର୍ଚ୍ଚ କରିବାକୁ ଅନୁମତି ଦିଆଯିବ । ସୂଚିତ ବଜେଟ କୌଣସି ଦଳ ଅଧିକ ଖର୍ଚ୍ଚ କରିପାରିବେ ନାହିଁ । ପୂର୍ବ ବର୍ଷ ତୁଳନାରେ ୨୦୨୩ ଆଇପିଏଲ ନିଲାମରେ କୌଣସି ରାଇଟ ଟୁ ମ୍ୟାଚ୍ (ଆରଟିଏମ) କାଡର଼୍ର ବିକଳ୍ପ ରହିବ ନାହିଁ । ପ୍ରତ୍ୟେକ ଦଳରେ ସର୍ବନିମ୍ନ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିବେ ।
ଆଇପିଏଲ ୨୦୨୩ ପ୍ରତ୍ୟେକ ଦଳର ନିଲାମ ମୂଲ୍ୟ
ମୁମ୍ବାଇ ଇଣ୍ଡିଆନ୍ସ - ୨୦.୦୫ କୋଟି ଟଙ୍କା (୧୨ ଟି ସ୍ଲଟ୍)
ଚେନ୍ନାଇ ସୁପର କିଙ୍ଗ୍ସ - ୨୦.୪୫ କୋଟି ଟଙ୍କା (୯ ସ୍ଲଟ୍)
ଦିଲ୍ଲୀ କ୍ୟାପିଟାଲ - ୧୯.୪୫ କୋଟି ଟଙ୍କା (୭ ସ୍ଲଟ୍)
ଗୁଜୁରାଟ ଟାଇଟାନ୍ସ - ୧୯.୨୫ କୋଟି ଟଙ୍କା (୧୦ ଟି ସ୍ଲଟ୍)
କୋଲକାତା ନାଇଟ୍ ରାଇଡର୍ସ - ୭.୦୫ କୋଟି ଟଙ୍କା (୧୪ ସ୍ଲଟ୍)
ଲକ୍ଷେ୍ନା ସୁପର ଜଏଣ୍ଟସ୍ - ୨୩.୩୫ କୋଟି ଟଙ୍କା (୧୪ ସ୍ଲଟ୍)
ପଞ୍ଜାବ କିଙ୍ଗସ୍ - ୩୨.୨ କୋଟି ଟଙ୍କା (୧୨ ଟି ସ୍ଲଟ୍)
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା (୯ ସ୍ଲଟ୍)
ରାଜସ୍ଥାନ ରୟାଲ୍ସ - ୧୩.୨ କୋଟି ଟଙ୍କା (୧୩ ସ୍ଲଟ୍)
ସନରାଇଜର୍ସ ହାଇଦ୍ରାବାଦ - ୪୨.୨୫ କୋଟି ଟଙ୍କା (୧୭ ସ୍ଲଟ୍)
Comments ସମସ୍ତ ମତାମତ