ମୁଖ୍ୟ ଖବର
କୋଚି : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ୨୦୨୩ର ନିଲାମକୁ ନେଇ ସବୁ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି । ଆଇପିଏଲର ଏହି ନିଲାମ ଡ଼ାକରାରେ ୧୦ଟି ଟିମ ସାମିଲ ହେବେ । ଆଇପିଏଲ ୨୦୨୩ର ନିଲାମ ଡ଼ିସେମ୍ବର ୨୩ ଶୁକ୍ରବାର ଦିନ କୋଚିରେ ଅନୁଷ୍ଠିତ ହେବ । ଏହି ନିଲାମ କାର୍ଯ୍ୟକ୍ରମ ୧୨ଟା ବାଜି ୩୦ ମିନିଟରେ ଆଇଏସଟିରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।
ଚେନ୍ନାଇ ସୁପର କିଙ୍ଗ୍ସର ଏକ ସ୍କାର୍ଡ ସାଇଜ୍ ୧୮ ଏବଂ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ୨ ଟି ବିଦେଶୀ ସ୍ଲଟ୍ ବାକି ଅଛି । ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଫ୍ରାଞ୍ଚାଇଜରେ ସେମାନଙ୍କ ପାଖରେ ୨୦.୪୫ କୋଟି ବାକି ଅଛି । ଡୱେନ ବ୍ରାଭୋ ସେମାନଙ୍କ ବୋଲିଂ କୋଚ୍ / ମେଣ୍ଟର ଭାବରେ ସେମାନଙ୍କ ସହ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ଏହି ସବୁ ଖେଳାଳୀଙ୍କ ଉପରେ ଟାର୍ଗେଟ କରିପାରେ ଆସନ୍ତୁ ଜାଣିବା ।
ଶାମ କୁରାନ : ମୂଲ୍ୟ ୨ କୋଟି
ରିଲେ ରୋସୋଉ : ମୂଲ୍ୟ ୨ କୋଟି
ମନିଷ ପାଣ୍ଡେ : ମୂଲ୍ୟ ୧କୋଟି
Comments ସମସ୍ତ ମତାମତ