ମୁଖ୍ୟ ଖବର
କୋଚି: କୋଚି ନିଳାମ ହେବ ଆଇପିଏଲ । ଡିସେମ୍ବର ୨୩ ରେ ୧୬ ତମ ଆଇପିଏଲ୍ ନିଲାମ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ତିମ ନିଲାମ ପୁଲରେ ମୂଳ ପଞ୍ଜୀକୃତ ୯୯୧ ରୁ ୪୦୫ ଖେଳାଳି ରହିବେ । ଏହି ନିଲାମରେ ସର୍ବାଧିକ ୮୭ ଟି ସ୍ଲଟ୍ ୧୦ ଟି ଫ୍ରାଞ୍ଚାଇଜ୍ ଦ୍ୱାରା ପୂରଣ ହେବ । ସେଥିମଧ୍ୟରୁ ୩୦ ଜଣ ବିଦେଶୀ ଖେଳାଳି ରହିବେ । ସମୁଦାୟ ୨୭୩ ଭାରତୀୟ ଖେଳାଳି ଏବଂ ୧୩୨ ବିଦେଶରେ ରହିବା ସୂଚନା ମିଳିଛି । ଆସୋସିଏଟ୍ ଦେଶଗୁଡିକର ଚାରିଜଣ । ଏଠାରେ ୧୧୯ କ୍ୟାପଡେ୍ ଖେଳାଳୀ ଏବଂ ୨୮୬ ଜଣ କ୍ୟାପେଡ ଅଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ (୪୨.୨୫ କୋଟି ଟଙ୍କା), କିଙ୍ଗ୍ସ-୧୧ ପଞ୍ଜାବ (୩୨.୨୦ କୋଟି ଟଙ୍କା), ଲକ୍ଷେ୍ନା ସୁପର ଜିଆଣ୍ଟସ୍ (୨୩.୩୫ କୋଟି ଟଙ୍କା), ମୁମ୍ବାଇ ଇଣ୍ଡିଆନ୍ସ (୨୦.୫୫ କୋଟି ଟଙ୍କା), ଚେନ୍ନାଇ ସୁପର କିଙ୍ଗ୍ସ (୨୦.୪୫ କୋଟି ଟଙ୍କା), ଦିଲ୍ଲୀ କ୍ୟାପିଟାଲସ (୧୯.୪୫ କୋଟି), ଗୁଜୁରାଟ ଟାଇଟାନ୍ସ (୧୯.୨୫ କୋଟି ଟଙ୍କା), ରାଜସ୍ଥାନ ରୟାଲ୍ସ (୧୩.୨ କୋଟି ଟଙ୍କା), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୮.୭୫ କୋଟି ଟଙ୍କା) ଏବଂ କୋଲକାତା ନାଇଟ୍ ରାଇଡର୍ସର (୭.୦୫ କୋଟି ଟଙ୍କା) ବଜେଟ୍ ରହିଛି ।
Comments ସମସ୍ତ ମତାମତ