Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍ଆ: ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ

    Share on :
    ajab-Image
    Date: Apr 11, 2024    Views: 3460

    ମୁମ୍ବଇ : ଆଇପିଏଲ୍ ମହାସମର। ଆଜି ମୁମ୍ବଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମୁହାଁମୁହିଁ  ହେବେ। ଦୁଇ ଦଳ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ବିଜୟ ସହ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରିବେ। ମୁମ୍ବଇ ଦଳର ତାରକା ବ୍ୟାଟ୍ସ ମ୍ୟାନ୍ ଭାବେ ରୋହିତ ଶର୍ମା ଓ ବେଙ୍ଗାଲୁରୁରେ ବିରାଟ କୋହଲି ରହିଛନ୍ତି। ଦୁଇ ତାରକାଙ୍କ ଭେଟ ରୋଚକ ମ୍ୟାଚ ହେବା ନେଇ କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ଭୋଗିଛି। ଦଳ ଗୁଜରାଟ ଟାଇଟାନ୍‌ସ, ସନରାଇଜର୍ସ ହାଇଦରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ରନରେ ପରାଜିତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା, ଇଶାନ କିଷନ, ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ତିଲକ ବର୍ମା,ଟିମ୍‌ ଡେଭିଡ୍‌ ଓ ରୋମାରିଓ ସେଫର୍ଡ ରହିଛନ୍ତି। ଶେଷ ମ୍ୟାଚରେ ସେଫର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲା। ସୂର୍ୟ୍ୟକୁମାର ଯାଦବ ଦଳକୁ ଫେରିଥିଲେ ମଧ୍ୟ ଦିଲ୍ଲୀ ବିପକ୍ଷରେ ଖାତା ଖୋଲିପାରିନଥିଲେ। ବୋଲିଂରେ ଯଶପ୍ରୀତ ବୁମ୍‌ରା, ଗାର୍ଲାଡ କୋଟ୍‌ଜି, ମହମ୍ମଦ ନବି ଓ ପିୟୁଷ ଚାୱାଲା ରହିଛନ୍ତି। ଏହାବାଦ୍‌ ହାର୍ଦିକ ଓ ସେଫର୍ଡ ମଧ୍ୟ ବୋଲିଂ କରୁଛନ୍ତି। କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବା ମୁମ୍ବଇ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ନେଇ ଉଦ୍ୟମ କରିବ।

    Maximum 500 characters

    ଖେଳ ଖବର View all

    Find Us on Facebook