ମୁଖ୍ୟ ଖବର
କୋଚି: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ୨୦୨୩ର ନିଲାମକୁ ନେଇ ସବୁ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି । ଆଇପିଏଲର ଏହି ନିଲାମ ଡ଼ାକରାରେ ୧୦ଟି ଟିମ ସାମିଲ ହେବେ । ଆଇପିଏଲ ୨୦୨୩ର ନିଲାମ ଡ଼ିସେମ୍ବର ୨୩ ଶୁକ୍ରବାର ଦିନ କୋଚିରେ ଅନୁଷ୍ଠିତ ହେବ । ଏହି ନିଲାମ କାର୍ଯ୍ୟକ୍ରମ ୧୨ଟା ବାଜି ୩୦ ମିନିଟରେ ଆଇଏସଟିରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।
ମିସ୍ ଆଇନାକ୍ ନାଇଟ୍ସର ଆଲ୍ଲା ମହମ୍ମଦ ଗଜାନଫର ହେଉଛନ୍ତି ଆଇପିଏଲ୍ ୨୦୨୩ ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ସର୍ବକନିଷ୍ଠ କ୍ରିକେଟର । ଗଜାନଫର ହେଉଛନ୍ତି ଆଫଗାନିସ୍ତାନର ଜଣେ ଡାହାଣହାତୀ ଅଫ୍ ସ୍ପିନର ।
ନିଲାମର ସର୍ବ ପୁରାତନ ଖେଳାଳି ହେଉଛନ୍ତି ଟି -୨୦ ଭେଟେରାନ ଅମିତ ମିଶ୍ର । ୪୦ ବର୍ଷ ବୟସରେ ମିଶ୍ର ଏକମାତ୍ର ବୋଲର ଯିଏକି ତିନିଟି ଭିନ୍ନ ଦଳ ପାଇଁ ତିନୋଟି ଆଇପିଏଲ୍ ହ୍ୟାଟ୍ରିକ୍ ଖେଳିଛନ୍ତି । ଦିଲ୍ଲୀ ଡେୟାରଡେଭିଲ୍ସ (୨୦୦୮), ଡେକାନ୍ ଚାର୍ଜର୍ସ (୨୦୧୧) ଏବଂ ସନରାଇଜର୍ସ ହାଇଦ୍ରାବାଦ (୨୦୧୩) ସେ ଖେଳିଛନ୍ତି।
Comments ସମସ୍ତ ମତାମତ