ମୁଖ୍ୟ ଖବର
ମୁମ୍ବାଇ: ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ନବାଗତ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ପୂର୍ବରୁ ସନରାଇଜର୍ସଠୁ ପରାସ୍ତ ହୋଇଥିବା ଗୁଜୁରାଟ ଆଜିର ମ୍ୟାଚକୁ ଜିିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।
ଟାଇଟନ୍ସ ଇତି ମଧ୍ୟରେ ୭ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି । ୧୨ ପଏଣ୍ଟ ସହ ଟେବୁଲ ଦ୍ବିତୀୟରେ ରହିଛି ଦଳ । ୧୧ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସନରାଇଜର୍ସ ୮ ୱିକେଟରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବାକୁ ସବୁ ପ୍ରକାର ଚେଷ୍ଟା କରିବ ଗୁଜୁରାଟ ।
ସେପଟେ ଦ୍ବିତୀୟ ମୁକାବିଲା ଗୁଜୁରାଟକୁ ପରାସ୍ତ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି ହାଇଦ୍ରାବାଦ । ସନରାଇଜର୍ସ ଏବେ ଯାଏଁ ୭ଟି ମ୍ୟାଚରୁ ୫ଟି ଜିତି ଟେବୁଲ ତୃତୀୟରେ ରହିଛି । ଆଜିର ମ୍ୟାଚକୁ ଜିତି ଉପରକୁ ଉଠିବାକୁ ଚେଷ୍ଟା କରିବ ଦଳ । ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ଲଢେଇ ହେବ । ଏକାଦଶରେ ଆଜି ୱାଶିଂଟନ ସୁନ୍ଦର ସାମିଲ ହୋଇପାରନ୍ତି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦଳ ପାଇଁ ବିଜୟ ସହଜ ହେବ । ପୂର୍ବରୁ ରାସିଦ ଖାନ ସନରାଇଜର୍ସ ପାଇଁ ଖେଳୁଥିଲେ ମାତ୍ର ଏଥର ସେ ବିପକ୍ଷରେ ଖେଳୁଛନ୍ତି । ତାଙ୍କ ବୋଲିଂ ଉପରେ ନଜର ରହିବ ।
Comments ସମସ୍ତ ମତାମତ