ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଆଉ ଏକ ଦମଦାର ବିଜୟ । ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୯ ରନରେ ହରାଇଛି ରାଜସ୍ଥାନ । ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଲା ଦଳ । ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ରାଜସ୍ଥାନ ୮ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା ।
ଦଳ ପକ୍ଷରୁ ରିଆନ୍ ପରାଗ ସର୍ବାଧିକ ୫୬ ରନ୍ କରିଥିଲେ । କ୍ୟାପଟେନ୍ ସଂଜୁ ସାମସନ୍ ୨୭ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୭ ରନ୍ କରିଥିଲେ । ୧୪୫ ରନର ଲକ୍ଷ୍ୟର ପିଛା କରି ବାଙ୍ଗାଲୋର ୧୧୫ ରନରେ ଅଲଆଉଟ୍ ହୋଇଥିଲା । ରାଜସ୍ଥାନର କୁଲଦୀପ ସେନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିଲା ବେଳେ ଅଶ୍ୱିନ୍ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ୍ ହାସଲ କରିଥିଲେ । ଆଜି ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗୁଜରାଟ୍ ଟାଇଟନ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଗୁଜରାଟ ପଏଣ୍ଟ ଟେବୁଲର ଦ୍ୱିତୀୟ ଏବଂ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛନ୍ତି ।
Comments ସମସ୍ତ ମତାମତ