Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ପଦକ ଆଶା : କ୍ୱାର୍ଟରରେ ଭାରତୀୟ ପୁରୁଷ ହକି

    Share on :
    ajab-Image
    Date: Jul 29, 2021    Views: 5412

    ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଡିଫେଡ଼ିଂ ଚମ୍ପିଆନ ଆର୍ଜେଂଟିନାକୁ ୩-୧ରେ ହରାଇଛି ଭାରତୀୟ ଟିମ  । ଶେଷ ଦୁଇ ମିନିଟରେ ଦୁଇଟି ଗୋଲ କରି ଭାରତ ଚତ୍ମକାରିତା ଦେଖାଇଥିଲା ।

    ପ୍ରଥମ ଦୁଇଟି କ୍ୱାର୍ଟରରେ ଗୋଲ ଶୂନ୍ୟ ଥିବା ଭାରତ ୪୩ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲା । ବରୁଣ କୁମାର ପ୍ରଥମ ଗୋଲ ଦେଇଥିବାବେଳେ ମ୍ୟାଚର ୫୮ତମ ମିନିଟରେ ବିବେକ ସାଗର ପ୍ରସାଦ ଓ ୫୯ତମ ମିନିଟରେ ହରମନପ୍ରୀତ ସିଂ ଗୋଲ ସ୍କୋର କରିଥିଲେ  । ପୁଲ-ଏରେ ଭାରତ ତିନୋଟି ମ୍ୟାଚରେ ବିଜୟୀ ହୋଇଛି  । ଅପରପକ୍ଷରେ ଆର୍ଜେଂଟିନାର ସ୍କୁଥ କାସେଲା ପେନାଲଟି କର୍ଣ୍ଣର ବଳରେ ଗୋଲ ସ୍କୋର କରିଥିଲେ  । କ୍ୱାର୍ଟର ଫାଇନାଲ ଜିତିବା ପାଇଁ ଆର୍ଜେଂଟିନାକୁ ହରାଇବାର ଆବଶ୍ୟକତା ରହିଥିଲା  । ଭାରତ ବିଜୟୀ ହେବା ଫଳରେ ପଦକ ଆଶା ସଂଚାର ହୋଇଛି  ।

    Maximum 500 characters

    TOKYO OLYMPIC View all

    Find Us on Facebook