Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ଆରମ୍ଭ

    Share on :
    ajab-Image
    Date: Jan 27, 2023    Views: 3424

    ରାଞ୍ଚ: ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦିନିକିଆ ଶୃଙ୍ଖଳା କ୍ଲିନ୍ ସୁଇପ କରି ଭାରତର ମନୋବଳ ଦୃଢ଼ ରହିଛି ।
    ICC  ଦିନିକିଆ ମାନ୍ୟତାରେ ଏକ ନମ୍ବର ଦଳ ହୋଇଛି ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ଖେଳାଳିଙ୍କ ମନରେ ଜୋସ୍ ଭରିଛି । ଏଣୁ ମ୍ୟାଚ ଜିତି ଆରମ୍ଭରୁ ସିରିଜକୁ କବଜାକୁ ନେବାକୁ ଉଦ୍ୟମ କରିବ ଭାରତ । ସେପଟେ ତ୍ରୁଟି ସୁଧାରି ଭାରତକୁ ଜବାବ ଦେବାକୁ ରଣନୀତି କରିଛି ନ୍ୟୁଜିଲାଣ୍ଡ । ଦିନିକିଆରେ ଶୋଚନୀୟ ପରାଜୟ ପରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook