Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ନ୍ୟୁଜିଲାଣ୍ଡ- ଭାରତ ୨ୟ ଟ୍ବେଣ୍ଟି୨୦

    Share on :
    ajab-Image
    Date: Jan 29, 2023    Views: 4276

    ଲକ୍ଷ୍ନୌ: ୫ ବର୍ଷ ପରେ ଘରୋଇମାଟିରେ ନ୍ୟୁଜିଲାଣ୍ଡଠାରୁ ଟ୍ବେଣ୍ଟି୨୦ ମ୍ୟାଚ୍‌ ହାରିବା ପରେ ଏବେ ଚାପରେ ଭାରତୀୟ ଦଳ। ରବିବାର ଏଠାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାକୁ ହେଲେ ଭାରତକୁ ସମସ୍ତ ବିଭାଗରେ ଉନ୍ନତି କରିବାକୁ ପଡ଼ିବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ରାଞ୍ଚି ପିଚ୍‌ରେ ନ୍ୟୁଜିଲାଣ୍ଡର ସ୍ପିନ୍‌ ଜାଲରେ ଭାରତ ଛନ୍ଦିହୋଇ ଭାରତ ୨୧ ରନ୍‌ରେ ପରାସ୍ତ ହୋଇଥିଲା। କେବଳ ଏତିକି ନୁହେଁ ଭାରତୀୟ ଉପର ଅର୍ଡର ବିଫଳ ହୋଇଥିବା ବେଳେ ଦୁଇ ପେସ୍‌ ବୋଲର ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍‌ ସେମାନଙ୍କ ଖ୍ୟାତି ଅନୁସା​‌େ​‌ର ବୋଲିଂ କରି ପାରିନଥିଲେ। ଉମ୍ରାନ୍ ଏକ ଓଭରରେ ୧୬ ରନ୍‌ ଦେଇଥିବା ବେଳେ ଇନିଂସର ଶେଷ ଓଭର​‌େ​‌ର ଅର୍ଶଦୀପ ୨୭ ରନ୍‌ ଦେଇଥିଲେ। ଏହା ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଉପରେ ଚାପ ପକାଇଥିଲା। ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ବେଳେ ୨ୟ ମ୍ୟାଚ୍‌ରେ ଜିତି ଶୃଙ୍ଖଳା ଜୀବନ୍ତ ରଖିବାକୁ ଭାରତୀୟ ଦଳ ପ୍ରୟାସ କରିବ। ଅନ୍ୟଥା ୧୧ ବର୍ଷ ପରେ ଘରୋଇମାଟିରେ ନ୍ୟୁଜିଲାଣ୍ଡଠାରୁ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିବ।

    Maximum 500 characters

    ଖେଳ ଖବର View all

    Find Us on Facebook