Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଦେଶର ଏହି ଦୁଇଟି ସ୍ଥାନରେ ଅଗଷ୍ଟ ୧୫ରେ ପାଳନ ହୁଏନି ସ୍ୱାଧୀନତା ଦିବସ

    Share on :
    ajab-Image
    Date: Aug 8, 2022    Views: 2577

    ପଶ୍ଚିମବଙ୍ଗ: ଦେଶରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହେଉଛି  । ତେବେ ପଶ୍ଚିବଙ୍ଗର ଏମିତି ୨ଟି ସହର ଅଛି ଯେଉଁଠାରେ ଅଗଷ୍ଟ ୧୫ ବଦଳରେ ୧୮ରେ ପାଳନ କରାଯାଏ ସ୍ୱାଧୀନତା ଦିବସ  । ସେହି ଅଂଚଳ ଗୁଡ଼ିକ ହେଲା ରାମଘାଟ ଓ କୃଷ୍ଣସାଗର  । ଇତିହାସ ଅନୁସାରେ ଯେତେବେଳେ ଭାରତ ଓ ପାକିସ୍ତାନ ବିଭାଜନ ହୋଇଥିଲା ସେତେବେଳେ ଏହି ଦୁଇଟି ଅଂଚଳକୁ ଇଂରେଜମାନେ ଭାରତଠାରୁ ଅଲଗା କରି ପାକିସ୍ତାନରେ ମିଶାଇବାକୁ ଚେଷ୍ଟା କରିଥିଲେ  । ସେହି ଦୁଇଟି ଅଂଚଳ ଭାରତର ହୋଇଥିବାବେଳେ ଇଂରେଜମାନେ ଜୋରଜବରଦସ୍ତ ଉକ୍ତ ଅଂଚଳକୁ ପାକିସ୍ତାନରେ ମିଶାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ  । ଇଂରେଜମାନଙ୍କୁ ସେଠାରେ ପ୍ରବଳ ବିରୋଧ ହେବା ସହ ଭାରତ ସହ ସେହି ଅଂଚଳ ଦୁଇଟିକୁ ମିଶାଇବା ପାଇଁ ଲୋକେ ଅଡ଼ି ବସିଥିଲେ  । 

    ତେଣୁ ଇଂରେଜମାନେ ବାଧ୍ୟ ହୋଇ ଅଗଷ୍ଟ ୧୮ରେ ସେହି ଅଂଚଳକୁ ଭାରତ ସହ ମିଶାଇ ଦେଇଥିଲେ  । ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରନ୍ତି  । ପୂର୍ବରୁ ସେଠାକାର ଜନସାଧାରଣମାନଙ୍କୁ ଅଗଷ୍ଟ ୧୮ରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଉନଥିଲା  । କାରଣ ଭାରତ ସରକାରଙ୍କ ନିୟମ ଅନୁସାରେ ଜନସାଧାରଣ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ପତକା ଉତ୍ତୋଳନ କରିପାରିବେ  । ପରେ ଅର୍ଥାତ ୧୯୯୧ ମସିହାରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସେହି ଅଂଚଳରେ ପତକା ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଥିଲେ  । ସେବେଠାରୁ ଲୋକେ ଅଗଷ୍ଟ ୧୫ ବଦଳରେ ୧୮ରେ ପତକା ଉତ୍ତୋଳନ କରୁଛନ୍ତି । 

    Maximum 500 characters

    ICSE 10TH View all

    Find Us on Facebook