Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ଆଇସିଏସଇ ବିଦ୍ୟାଳୟଗୁଡ଼ିକ ଶିକ୍ଷା ବିଭାଗର ନିଦେ୍ର୍ଧଶ କାର୍ଯ୍ୟକାରୀ କରୁନାହାନ୍ତି: କେରଳ ଶିକ୍ଷା ମନ୍ତ୍ରୀ

    Share on :
    ajab-Image
    Date: Apr 10, 2022    Views: 4327

    ତିରୁଅନନ୍ତପୁରମ: କେରଳ ଶିକ୍ଷା ମନ୍ତ୍ରୀ ଭି ସିଭାକୁ୍ୟଟି ଅଭିଯୋଗ କରିଛନ୍ତି ଯେ, ଆଇସିଏସଇ ବିଦ୍ୟାଳୟଗୁଡ଼ିକ ଶିକ୍ଷା ବିଭାଗ ଦ୍ୱାରା ଦିଆଯାଇଥିବା ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ବିଦ୍ୟାଳୟ ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏନଓସି ସହିତ କାର୍ଯ୍ୟ କରୁଛନ୍ତି । 
    ସିଭାକୁ୍ୟଟି କହିଛନ୍ତି ଯେ, ଆଇସିଏସଇ ବିଦ୍ୟାଳୟଗୁଡ଼ିକ, ସ୍କୁଲ ଖୋଲିବା ଏବଂ ଅଫଲାଇନ କ୍ଲାସ ଆରମ୍ଭ କରିବା ପାଇଁ ସରକାରଙ୍କ ନିଦେ୍ର୍ଧଶ ଜାରି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟରେ ପୂର୍ବରୁ ଏ ବାବଦରେ ସରକାର ଅନେକ ଅଭିଯୋଗ ଗ୍ରହଣ କରିଛନ୍ତି । ଯେହେତୁ, ଏହି ବିଦ୍ୟାଳୟ ଗୁଡ଼ିକ ରାଜ୍ୟସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏନଓସି ସହିତ କାର୍ଯ୍ୟ କରୁଛନ୍ତି, ତେଣୁ ସେମାନେ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ହେବେ । 
    ଅଫଲାଇନ କ୍ଲାସ ଖୋଲିବା ଏବଂ ପାଠପଢ଼ା ଆରମ୍ଭ ହେବା ପାଇଁ ସରକାର ଏକ ବିସ୍ତୃତ ନିଦେ୍ର୍ଧଶାବଳୀ ପ୍ରକାଶ କରିଥିଲେ । ଏହା ଆଇସିଏସଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ସେ କହିଛନ୍ତି । 

    ସାଧାରଣ ଶିକ୍ଷା ବିଭାଗ କ୍ଲାସ ଆରମ୍ଭ ପାଇଁ ଏହି ବିଦ୍ୟାଳୟଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ । ଯଦି ସେମାନେ କୌଣସି ସହାୟତା ଆବଶ୍ୟକ କରନ୍ତି, ତେବେ ସେମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନିକଟକୁ ଯାଇପାରିବେ ବୋଲି ସେ କହିଛନ୍ତି ।   

     

    Maximum 500 characters

    ICSE 10TH View all

    Find Us on Facebook