Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ଆଇସିସି ମହିଳା ବିଶ୍ୱକପ : ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଆଧିପତ୍ୟ

    Share on :
    ajab-Image
    Date: Mar 24, 2022    Views: 8698

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଆଧିପତ୍ୟ ସବୁବେଳେ ଦେଖିବାକୁ ମିଳିଛି  । ଏଯାବତ ମହିଳା ବିଶ୍ୱକପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହିଁ ଅଧିକାଂଶ ବିଶ୍କକପ ବାଣ୍ଟି ନେବାରେ ସମର୍ଥ ହୋଇଛନ୍ତି  । 

    ୧୯୭୩ରେ ପ୍ରଥମ ଥର ପାଇଁ ଆଇସିସି ମହିଳା ବିଶ୍ୱକପ ଆରମ୍ଭ ହୋଇଥିଲା  । ପ୍ରଥମ ବିଶ୍ୱକପ ଇଂଲଣ୍ଡ ହାତେଇବାରେ ସମର୍ଥ ହୋଇଥିଲା  । ୧୯୭୮ରେ ଭାରତରେ ଅନୁଷ୍ଠିତ ଏହି ବିଶ୍ୱକପରେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା  । ୧୯୮୨ ଓ ୧୯୮୮ରେ ଅଷ୍ଟ୍ରେଲିଆ ପୁଣିଥରେ ବିଶ୍ୱକପ ହାସଲ କରି ହାଟ୍ରିକ ଅର୍ଜନ କରିଥିଲା  ।

    ୧୯୯୩ରେ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ପୁଣି ଇଂଲଣ୍ଡ ହାତକୁ ବିଶ୍ୱକପ ଫେରିଥିଲା  । ୧୯୯୭ରେ ପୁଣି ଥରେ ଭାରତରେ ବିଶ୍ୱକପ ଆୟୋଜିତ ହୋଇଥିବାବେଳେ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ  । ତେବେ ୨୦୦୦ରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବଦଳରେ ନ୍ୟୁଜିଲାଣ୍ଡ ବିଶ୍ୱକପ ହାସଲ କରିପାରିଥିଲା  ।

    ୨୦୦୫ରେ ପୁଣି ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ ଯାଇଥିବାବେଳେ ୨୦୦୯ରେ ଚମ୍ପିଆନ ହୋଇଥିଲା ଇଂଲଣ୍ଡ  । ୨୦୧୩ରେ ଅଷ୍ଟ୍ରେଲିଆ ବିଶ୍ୱକପ ହାତେଇଥିବାବେଳେ ୨୦୧୭ରେ ଭାରତକୁ ହରାଇ ଇଂଲଣ୍ଡ ବାଜିମାତ କରିଥିଲା  । ଚଳିତ ବିଶ୍ୱକପରେ ମଧ୍ୟ ଅଷ୍ଟ୍ରେଲିଆର ଆଧିପତ୍ୟ କାଏମ ଥିବାବେଳେ ଭାରତ ବିଶ୍ୱକପ ଆଣୁ ବୋଲି ସବୁ ଭାରତୀୟ ଚାହିଁ ରହିଛନ୍ତି  ।

    Maximum 500 characters

    WOMEN CRICKET View all

    Find Us on Facebook