Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ମହିଳା ବିଶ୍ୱକପ : ସେମିଫାଇନାଲରେ ଇଂଲଣ୍ଡ, ଏବେ ଭାରତ ଉପରେ ଲକ୍ଷ୍ୟ

    Share on :
    ajab-Image
    Date: Mar 27, 2022    Views: 8511

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଅଷ୍ଟ୍ରେଲିଆ ଓ  ଦକ୍ଷିଣ ଆଫ୍ରିକା ପରେ ସେମିଫାଇନାଲକୁ ଯାଇଛି ଇଂଲଣ୍ଡ  । ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଯାଇଛି  । ଦଳ ମୋଟ ୮ ପଏଂଟ ପାଇ ସେମିଫାଇନାଲରେ ପ୍ରବେଶ କରିଛି  ।

    ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୪ ରନ କରିଥିବାବେଳେ ବାଂଲାଦେଶ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି  । ଇଂଲଣ୍ଡ ପକ୍ଷରୁ ସୋଫିଆ ୬୭ ରନ, ସ୍କିଭର ୪୦ ରନ ଓ ତାମସିନ ୩୩ ରନ କରିବାରେ ସଫଳ ହୋଇଛନ୍ତି  । ଅପରପକ୍ଷରେ ବାଂଲାଦେଶର ଲତା ମଣ୍ଡଳ ୩୦ ରନ, ଶରମିନ ୨୩ ରନ ଓ ସାମିମା ୨୩ ରନ କରିବାରେ ସମର୍ଥ ହୋଇଥିଲେ  ।  ଇଂଲଣ୍ଡର ଏକଲେଷ୍ଟୋନ ୩ଟି ୱିକେଟ ନେଇଥିବାବେଳେ ଚାର୍ଲି ଡିନ ୩ ଓ ଫ୍ରେୟା ଡେଭିସ ୨ଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ  ।

    ଅପରପକ୍ଷରେ ଆଇସିସି ମହିଳା ବିଶ୍ୱକପର ଆଜି ହେଉଛି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ   । ସେମିଫାଇନାଲ ଯିବା ପାଇଁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି   । ଏହି ଆହ୍ୱାନକୁ ଗ୍ରହଣ କରି ଭାରତୀୟ ମହିଳା ଦଳ ଆଜି ଦମଦାର ବ୍ୟାଟିଂ କରିଛି   । ଦକ୍ଷିଣ ଆଫ୍ରିକା ବିରୋଧରେ ଦଳ ୨୭୪ ରନର ଭଲ ସ୍କୋର କରିଥିବାବେଳେ ବିଜୟ ଆଶା ଉଜ୍ଜ୍ୱଳ ହୋଇଛି   ।

     

    Maximum 500 characters

    WOMEN CRICKET View all

    Find Us on Facebook