ମୁଖ୍ୟ ଖବର
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲକୁ ଯାଇ ସାରିଛନ୍ତି । ଏହି ଦୁଇ ଦଳକୁ ଛାଡ଼ି ଆଉ କେଉଁ ଦଳ ସେମିଫାଇନାଲକୁ ଯିବ ତାହାକୁ ନେଇ ଗଣନା ଆରମ୍ଭ ହୋଇଯାଇଛି ।
ଭାରତ ଏବେ ୬ ପଏଂଟ ପାଇ ପଞ୍ଚମ ସ୍ଥାନରେ ରହିଛି । ତେଣୁ ରବିବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ମ୍ୟାଚ ଭାରତ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଦକ୍ଷିଣ ଆଫ୍ରିକାକୁ ହରାଇଲେ ଭାରତର ସେମି ଫାଇନାଲ ଆଶା ଉଜ୍ଜୀବିତ ହୋଇପାରିବ । ନଚେତ ଦଳ ବିଶ୍ୱକପ ଦୌଡ଼ରୁ ବାଦ ପଡ଼ିବା ନିଶ୍ଚିତ ହୋଇପଡ଼ିବ । ଗୁରୁବାର ପାକିସ୍ତାନ ବିରୋଧରେ ଇଂଲଣ୍ଡ ବଡ଼ ବିଜୟ ହାସଲ କରି ପଏଂଟ ଟେବୁଲରେ ଭାରତକୁ ପଛରେ ପକାଇଦେଇଛି ।
ଏହି ପରିପ୍ରେକ୍ଷୀରେ ରବିବାର ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା -ଭାରତ ମ୍ୟାଚ ମିତାଲି ରାଜଙ୍କ ଭାରତ ଟିମ ପାଇଁ କ୍ୱାଟର ଫାଇନାଲ ସଦୃଶ ହେବ । ଭାରତ ଜିତିଲେ ୮ ପଏଂଟ ହାସଲ କରିବ । ସେହିପରି ଇଂଲଣ୍ଡ ବାଂଲାଦେଶକୁ ହରାଇଲେ ତାହା ବି ସମାନ ୮ ପଏଂଟ ହାସଲ କରିପାରିବ । ତଥାପିବି ଭାରତ ସେମିଫାଇନାଲ ଯିବା ନିଶ୍ଚିତ ହୋଇଯିବ । କାହିଁକିନା ୱେଷ୍ଟଇଣ୍ଡିଜ ଟିମକୁ ଏଯାବତ ୭ ପଏଂଟ ମିଳିପାରିଛି ।
Comments ସମସ୍ତ ମତାମତ