Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ମହିଳା କ୍ରିକେଟ ବିଶ୍ୱକପରେ କିଏ କରିଛନ୍ତି ରେକର୍ଡ ?

    Share on :
    ajab-Image
    Date: Mar 24, 2022    Views: 8717

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଅନେକ ରେକର୍ଡ ସୃଷ୍ଟିହୋଇଛି  । ବ୍ୟାଟିଂ, ବୋଲିଂ, ଦଳଗତ ସ୍କୋର ଆଦି କ୍ଷେତ୍ରରେ ମହିଳା କ୍ରିକେଟରମାନେ ନୂଆ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି  ।

    ସର୍ବାଧିକ ରନର ରେକର୍ଡ ରହିଛି ନ୍ୟୁଜିଲାଣ୍ଡର ଡେବି ହକଲିଙ୍କ ନାମରେ  । ସେ ୧୫୦୧ ରନ କରି ଏହି ସୌଭାଗ୍ୟ ହାସଲ କରିଛନ୍ତି  । ତେବେ ହାରାହାରି ବ୍ୟାଟିଂରେ ଅଷ୍ଟ୍ରେଲିଆର କାରେନ ରୋଲଟନ ରେକର୍ଡ କରିଛନ୍ତି  । ତାଙ୍କର ଆଭରେଜ ରହିଛି ୭୪.୯୨  । ସେହିପରି ଅଷ୍ଟ୍ରେଲିଆ ଖେଳାଳୀ ବେଲିଣ୍ଡା କ୍ଲାର୍କ ସର୍ବାଧିକ ୨୨୯ ରନ କରି ଏକ ବିରଳ ବ୍ୟକ୍ତିଗତ ରେକର୍ଡ କରିବାରେ ସଫଳ ହୋଇଛନ୍ତି  ।

    ବୋଲିଂରେ ରେକର୍ଡ କରିଛନ୍ତି ଭାରତୀୟ ଖେଳାଳୀ ଝୁଲଣ ଗୋସ୍ୱାମୀ  । ଝୁଲଣ ଏଯାବତ ୪୩ଟି ୱିକେଟ ନେବାରେ ସଫଳ ହୋଇଛନ୍ତି  । ତେବେ ବିଶ୍ୱକପରେ ମାତ୍ର ୧୦ ରନ ଦେଇ ୬ ୱିକେଟ ନେଇଥିବା ଜାକି ଲଡର଼୍ ବେଷ୍ଟ ବୋଲିଂ ଫିଗର ହାସଲ କରିପାରିଛନ୍ତି  ।

    ୱିକେଟ କିପିଂରେ ରେକର୍ଡ କରିଛନ୍ତି ଇଂଲଣ୍ଡର ଜାନେ ସ୍ମିଟ  । ସେ ୱିକେଟ ପଛରେ ୪୦ଟି ଶିକାର କରିପାରିଥିବାବେଳେ ଇଂଲଣ୍ଡର ଜାନେଟେ ବ୍ରିଟିନ ସର୍ବାଧିକ ୧୯ଟି କ୍ୟାଚ ନେଇପାରିଛନ୍ତି  । ୧୯୯୭ରେ ଅଷ୍ଟ୍ରେଲିଆ ଓ ଡେନମାର୍କ ମ୍ୟାଚରେ ସର୍ବାଧିକ ସ୍କୋର ହୋଇଥିଲା  । ଅଷ୍ଟ୍ରେଲିଆ ସେହି ମ୍ୟାଚରେ ମାତ୍ର ୩ଟି ୱିକେଟ ହରାଇ ୪୧୨ ରନ କରିପାରିଥିଲା  । ତେବେ ପାକିସ୍ତାନ ନାମରେ ଏକ ଅଲୋଡ଼ା ରେକର୍ଡ ରହିଛି  । ୧୯୯୭ରେ ପାକିସ୍ତାନ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୭ ରନରେ ଅଲଆଉଟ ହୋଇଯାଇଥିଲା  ।

    Maximum 500 characters

    WOMEN CRICKET View all

    Find Us on Facebook