Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ବିଶ୍ୱକପ ସେମିଫାଇନାଲକୁ ଯିବ ଭାରତ !

    Share on :
    ajab-Image
    Date: Mar 27, 2022    Views: 9073

    ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତ ସେମିଫାଇନାଲକୁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି  । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ୨୭୪ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଏବେ ୧ ୱିକେଟ ହରାଇ ୩୯ ରନ କରିଛି  । ଫଳରେ ଆରମ୍ଭରୁ ଭାରତ ନିଜର ସ୍ଥିତି ମଜବୁତ କରିବାରେ ସଫଳ ହୋଇଥିବାବେଳେ ବିଜୟ ସମ୍ଭାବନା ୯୦% ରହିଥିବା କ୍ରୀଡ଼ାବିତମାନେ ଆକଳନ କରିଛନ୍ତି  ।

    ଆଇସିସି ମହିଳା ବିଶ୍ୱକପର ଆଜି ହେଉଛି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ   । ସେମିଫାଇନାଲ ଯିବା ପାଇଁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି   । ଏହି ଆହ୍ୱାନକୁ ଗ୍ରହଣ କରି ଭାରତୀୟ ମହିଳା ଦଳ ଆଜି ଦମଦାର ବ୍ୟାଟିଂ କରିଛି   । ଦକ୍ଷିଣ ଆଫ୍ରିକା ବିରୋଧରେ ଦଳ ୨୭୪ ରନର ଭଲ ସ୍କ?ର କରିଥିବାବେଳେ ବିଜୟ ଆଶା ଉଜ୍ଜ୍ୱଳ ହୋଇଛି   ।

    ପ୍ରଥମେ ବ୍ୟାଟିଂ କରି ଭାରତର ଓପନିଂ ଯୋଡ଼ି ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଦମଦାର ପ୍ରଦର୍ଶନ କରିଥିଲେ   । ସ୍ମୃତି ୭୧ ରନ କରିଥିବାବେଳେ ଶେଫାଳୀ ବର୍ମା ୫୩ ରନରେ ରନ ଆଉଟ ହୋଇଥିଲେ   । ସେହିପରି ୟାସ୍ତିକା ଭାଟିଆ ମାତ୍ର ୨ ରନ କରିଥିବାବେଳେ ଅଧିନାୟିକା ମିତାଲି ରାଜ ୬୮ ରନ କରିଥିଲେ   । ଦଳର ଟାଣୁଆ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର ୪୮ ରନର ଭଲ ପାଳି ଖେଳିଥିବାବେଳେ ପୂଜା ବସ୍ତ୍ରାକାର ୩, ରିଚା ଘୋଷ ୮ ରନ କରିପାରିଥିଲେ   । ସ୍ନେହା ରଣା ୧ ଓ ଦୀପ୍ତି ଶର୍ମା ୨ ରନରେ ନଟଆଉଟ ରହିଥିଲେ   । ଶେଷ ଭାଗରେ ଭାରତ ବ୍ୟାଟ୍ସମ୍ୟାନମାନେ ସେତେଟା ଖାସ ପ୍ରଦର୍ଶନ ନକରିବାରୁ ଦଳ ଅଧିକ ରନ ସଂଗ୍ରହ କରିପାରିନଥିଲା   । ତଥାପିବି ଦକ୍ଷିଣ ଆଫ୍ରିକା ବିରୋଧରେ ବଡ଼ ଟାର୍ଗେଟ ଦେବାରେ ସମର୍ଥ ହୋଇଛି   ।

    Maximum 500 characters

    WOMEN CRICKET View all

    Find Us on Facebook