Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

WOMEN CRICKET

ମୁଖ୍ୟ ଖବର

    ମହିଳା ବିଶ୍ୱକପ୍ ଫାଇନାଲରେ ମ୍ୟାଚ୍ ରେଫରି ଜିଏସ୍ ଲକ୍ଷ୍ମୀ

    Share on :
    ajab-Image
    Date: Apr 2, 2022    Views: 9066

    ନୂଆଦିଲ୍ଲୀ: ଭାରତର ଜିଏସ୍ ଲକ୍ଷ୍ମୀ ରବିବାର ହେବାକୁ ଥିବା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦିନିକିଆ ବିଶ୍ୱକପ୍ ଫାଇନାଲରେ ମ୍ୟାଚ୍ ରେଫରି ଦାୟିତ୍ୱ ତୁଲାଇବେ । 
    ଜିଏସ୍ ଲକ୍ଷ୍ମୀ ହେଉଛନ୍ତି ପ୍ରଥମ ମହିଳା ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲ ମ୍ୟାଚ୍ ରେଫରି । ଲକ୍ଷ୍ମୀ ମଧ୍ୟ ପ୍ରଥମ ମହିଳା ମ୍ୟାଚ୍ ରେଫରି ଭାବେ ୨୦୨୦ ଡିସେମ୍ବର ୟୁଏଇରେ ଆୟୋଜିତ ପୁରୁଷ ବିଶ୍ୱକପ୍ ଲିଗ୍-୨ ପରିଚାଳନା କରିଥିଲେ । ହଗ୍ଲେ ଓଭାଲର ଆୟୋଜିତ ଫାଇନାଲରେ କ୍ରିକେଟ ଇତିହାସରେ ପ୍ରଥମ ଥର ୪ଜଣ ମହିଳା ଅଫିସିଆଲଙ୍କୁ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକାର ଲୌରେନ୍ ଆଗେନବାଗ ଓ ନୁ୍ୟଜଲାଣ୍ଡର କିମ୍ କଟ୍ଟନ ଫିଲ୍ଡ ଅମ୍ପାୟାର ରହିବେ । ୱେଷ୍ଟଇଣ୍ଡିଜ୍ ଜାକଲିନ୍ ୱିଲିୟମ୍ସ ଟିଭି ଅମ୍ପାୟାର ଦାୟିତ୍ୱ ତୁଲାଇବେ । କଟ୍ଟନ ଏକମାତ୍ର ମହିଳା ମ୍ୟାଚ୍ ଅଫିସିଆଲ୍ ଭାବେ ଆହସନ ରାଜଙ୍କ ସହ ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୨୦୨୦ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରିଚାଳନା କରିଥିଲେ । ଜିମ୍ବାୱେର ଲାଙ୍ଗଟନ ରୁସେରେଙ୍କୁ ଚତୁର୍ଥ ଅମ୍ପାୟାର ଦାୟିତ୍ୱ ମିଳିଛି । 

     

    Maximum 500 characters

    WOMEN CRICKET View all

    Find Us on Facebook