ମୁଖ୍ୟ ଖବର
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍ ୧୨ଶ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି । ନୁ୍ୟଜଲାଣ୍ଡରେ ଚାଲିଥିବା ବିଶ୍ୱକପରେ ବୁଧବାର ଖେଳା ଯାଇଥିବା ସେମିଫାଇନାଲରେ ଅଷ୍ଟ୍ରେଲିଆ ୧୫୭ ରନ୍ରେ ୱେଷ୍ଟଣ୍ଡିଜକୁ ପରାସ୍ତ କରି ୯ମ ଥର ଫାଇନାଲରେ ପହଞ୍ଚିଛି । ଅଷ୍ଟ୍ରେଲିଆ ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ମଧ୍ୟରେ ୨୨ୟ ସେମିଫାଇନାଲ ମ୍ୟାଚର ବିଜେତାକୁ ଭେଟିବ ।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଏଲିସା ହିଲିଙ୍କ ଶତକ ଓ ରାଚେଲ ହେନସଙ୍କ ଅର୍ଦ୍ଧଶତକ ବଳରେ ୪୫ ଓଭରରେ ୩ ୱିକେଟ ହରାଇ ୩୦୫ ରନ୍ କରିଥିଲା । ୩୦୬ ରନରେ ବିଜୟଲକ୍ଷ୍ୟକୁ ପିଛାକରି ୱେଷ୍ଟଇଣ୍ଡିଜ୍ ୩୭ ଓଭରରେ ୧୪୮ ରନ୍ କର ଅଲଆଉଟ୍ ହୋଇ ଯାଇଥିଲା ।
୧୨ ରନ୍ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ୱିକେଟ ରାସିଦା ୱିଲିୟମ (୦)ଙ୍କ ୱିକେଟ ହରାଇଥିଲା । ଦ୍ୱତୀୟ ୱିକେଟରେ ଡିଆଣ୍ଡ୍ରା ଡଟିନ୍ ଓ ହେଲି ମାଥୁ୍ୟସ ୩୨ ରନ୍ ଯୋଡିଥିଲେ । ଡଟିନ୍ ୩୪ ଓ ମାଥୁ୍ୟସ ୩୪ରନ୍ କରି ଆଉଟ ହୋଇଥିଲେ । ଅଧିନାୟିକା ଷ୍ଟିଫାନୀ ଟେଲର ସର୍ବାଧିକ ୪୮ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ଶେଷ ୮ ୱିକେଟ ମାତ୍ର ୫୭ ରନରେ ହରାଇଥିଲା । ଅଷ୍ଟ୍ରେଲିୟା ପକ୍ଷରୁ ଜେସ୍ ଜୋନାସେନ୍ ୨ଟି ୱିକେଟ ନେଇଥିଲା । ବର୍ଷା କାରଣରୁ ମ୍ୟାଚ୍୪୫ ଓଭରରେ ହୋଇଥିଲା । ୱେଷ୍ଟଇଣ୍ଡିଜ ଟସ୍ ଜିତି ଫିଲ୍ଡିଂ ନେଇଥିଲା । ଅଷ୍ଟ୍ରେଲିଆ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲା ।
Comments ସମସ୍ତ ମତାମତ