Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ

    Share on :
    ajab-Image
    Date: Mar 10, 2024    Views: 4396

    ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ପୁଣି କ୍ରିକେଟର ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆ ନମ୍ବର ୱାନ ପାଲଟିଛି । ଟେଷ୍ଟରେ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଭାରତୀୟ ଦଳ । ଭାରତ ପାଖରେ ୧୨୨ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୭ ପଏଣ୍ଟ ରହିଛି । ସେହିଭଳି ୧୧୧ ପଏଣ୍ଟ ସହ ଇଂଲଣ୍ଡ ଦଳ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି । ଏବେ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ ରାଙ୍କିଙ୍ଗରେ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ ।

    ଦିନିକିଆରେ ଭାରତର ପଏଣ୍ଟ ୧୨୧ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପଏଣ୍ଟ ୧୧୮ ରହିଛି । ସେହିପରି ଟି-୨୦ରେ ଭାରତ ପାଖରେ ୨୬୬ ରେଟିଂ ପଏଣ୍ଟ ରହିଛି । ୨୫୬ ପଏଣ୍ଟ ସହ ଇଂଲଣ୍ଡ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳ ତିନିଟି ଯାକ ଫର୍ମାଟରେ ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ରହିଛି । ୨୦୨୩ ସେପ୍ଟେମ୍ବର ମାସରୁ ଚଳିତବର୍ଷ ଜାନୁଆରୀ ଯାଏଁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିଲା । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ୧-୧ରେ ଡ୍ର ରହିବା ପରେ ଭାରତ ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା । ହେଲେ ଇଂଲଣ୍ଡ ବିରୋଧରେ ୪-୧ ସିରିଜ୍ ବିଜୟ ପୁଣି ଭାରତକୁ ଏକ ନମ୍ବର ସ୍ଥାନକୁ ପହଞ୍ଚାଇ ଦେଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook