Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଆଇଏଏସସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ ବଦଳିଲେ

    Share on :
    ajab-Image
    Date: Aug 9, 2021    Views: 3067

    ଭୁୁବନେଶ୍ୱର: ପ୍ରଶାସନିକସ୍ତରରେ ଆଜି ଏକ ଛୋଟ ଅଦଳବଦଳ କରାଯାଇଛି । ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା ବେଳେ ନୂଆ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି । ମୋଟ ୫ ଅଧିକାରୀଙ୍କର ବଦଳି ହୋଇଛି ।

    ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱର ବଦଳି କରାଯାଇଛି । ତାଙ୍କ ଜାଗାରେ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ତ୍ରିଲୋଚନ ମାଝୀ । ସେ ଆୟୁଷ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

    ଢ଼େଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି କରାଯାଇଛି । ଓଡ଼ିଶା ରାଜ୍ୟ ବେଭେରଜସ୍ କର୍ପୋରେସନ୍ ଏମଡି ଥିବା ସରୋଜ କୁମାର ସେଠୀଙ୍କୁ ଢ଼େଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

    ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ବିଭାଗକୁ ବଦଳି କରାଯାଇଛି । ସେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

    ଜ୍ଞାନରଞ୍ଜନ ଦାସ- ପଞ୍ଚାୟତିରାଜ ନିର୍ଦ୍ଦେଶକ
    ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
    ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଷ
    ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢ଼େଙ୍କାନାଳ
    ତ୍ରିଲୋଚନ ମାଝୀ- ଜିଲ୍ଲାପାଳ, ଭଦ୍ରକ

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook