Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey Team Top Players

ମୁଖ୍ୟ ଖବର

    ହକି ବିଶ୍ୱକପ ଖେଳିବନି ପାକିସ୍ତାନ

    Share on :
    ajab-Image
    Date: Jan 9, 2023    Views: 2869

    ଭୁବନେଶ୍ୱର: ହକି ବିଶ୍ୱକପରେ ପାକିସ୍ତାନ ଏକ ଶକ୍ତିଶାଳୀ ଦଳ । ସର୍ବାଧିକ ୪ଥର ବିଶ୍ୱ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି । ୧୯୭୧, ୧୯୭୮, ୧୯୮୨ ଓ ୧୯୯୪ ସଂସ୍କରଣରେ ଚାମ୍ପିଅନ ହୋଇଥିଲା ପାକିସ୍ତାନ । ୧୯୯୮ ସଂସ୍କରଣ ଠାରୁ ଦଳର ପ୍ରଦର୍ଶନ ଆଉ ଭଲ ନାହିଁ । ଇତିମଧ୍ୟରେ ୧୮ ବର୍ଷ ବିତି ଯାଇଥିଲେ ବି ପାକିସ୍ତାନ ଟାଇଟଲ ନିକଟତର ହୋଇପାରି ନାହିଁ । ଓଡ଼ିଶାରେ କ୍ରମନ୍ୱୟରେ ଦ୍ୱିତୀୟଥର ହକି ବିଶ୍ୱକପ ଆୟୋଜିତ ହେଉଛି । ବିଶ୍ୱକପ ଇତିହାସରେ ଏହା ପ୍ରଥମ ଘଟଣା । ପୂର୍ବରୁ ସମାନ ଭେନ୍ୟୁରେ କ୍ରମାନ୍ୱୟରେ ଦୁଇଥର ବିଶ୍ୱକପ ଆୟୋଜିତ ହେବାର ନଜର ନାହିଁ ।

    ୨୦୧୮ ବିଶ୍ୱକପ ଆୟୋଜନ ହକି ଷ୍ଟାଡ଼ିୟମରେ ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲେ । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପ୍ରଥମ ଥର ଭୁବନେଶ୍ୱର ଆସିଥିଲା । ଚମତ୍କାର ପ୍ରଦର୍ଶନ ସହ ଦଳ ଫାଇନାଲ ଖେଳିଥିଲା । କିନ୍ତୁ ଫାଇନାଲରେ ୨-୦ ଗୋଲରେ ଜର୍ମାନୀ ଠାରୁ ପରାଜିତ ହୋଇ ଟାଇଟେଲ ଜିତିବାରୁ ବଞ୍ଚିତ ହୋଇଥିଲା । ସେତେବେଳେ ପାକିସ୍ତାନକୁ ଓଡ଼ିଆ ପ୍ରଶଂସକଙ୍କ ସମର୍ଥନ ମିଳିଥିଲା । ସେମାନ ମଧ୍ୟ ଓଡ଼ିଶାର ଆତିଥେୟତାରେ ପ୍ରୀତ ହୋଇ ସ୍ୱଦେଶ ବାହୁଡ଼ି ଯାଇଥିଲେ । 

    ବିଶ୍ୱକପ ଖେଳିବା ପାଇଁ ଦ୍ୱିତୀୟ ଥର ପାକିସ୍ତାନ ୨୦୧୮ରେ ଭୁବନେଶ୍ୱର ଆସିଥିଲା । ଭାରତ-ପାକିସ୍ତାନ ମ୍ୟାଚ ହେଲେ ପରିବେଶ ବେଶ ସରଗରମ ହୋଇ ଉଠେ । ଷ୍ଟାଡ଼ିୟମ ପୁରି ଉଠେ । ପୂର୍ବରୁ ଆଲୋଚନା ପର୍ଯ୍ୟାଲୋଚନା ଚାଲେ । ସେମିତି ଭାରତ ବିପକ୍ଷ ମ୍ୟାଚକୁ ଛାଡ଼ି ଘରୋଇ ପ୍ରଶଂସକ ଅନ୍ୟ ସବୁ ମ୍ୟାଚରେ ପାକିସ୍ତାନକୁ ସମର୍ଥନ କରିଥାନ୍ତି । କିନ୍ତୁ ଏଥର ସେ ପରିବେଶ ଦେଖିବାକୁ ମିଳିବ ନାହିଁ । ଏଥର ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ ପାକିସ୍ତାନର ଅନୁପସ୍ଥିତି କିଛି ମାତ୍ରାରେ ବିଶ୍ୱକପ ମାହୋଲକୁ ଫିକା କରିପାରେ । 

    Maximum 500 characters

    Hockey Team Top Players View all

    Find Us on Facebook