Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ୍‌: ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ୍‌

    Share on :
    ajab-Image
    Date: Nov 24, 2022    Views: 2722

    ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌-୨୦୨୩ । ବୁଧବାର ଠାରୁ ବିଶ୍ୱକପ୍‌ର ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍‌ କିଣି ଏହାର ଶୁଭାରମ୍ଭ କରିଛନ୍ତି ।
    ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ୍‌ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଟିକେଟ୍‌ ଗ୍ରହଣ କରିବା ସହ ୫୦୦ ଟଙ୍କା ପ୍ରଦାନ କରିଥିଲେ । ଏହି ଟିକେଟ୍‌ ଜାନୁଆରୀ ୧୩ ତାରିଖରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ୍‌ର । ସେଦିନ ଇଂଲଣ୍ଡ-ୱେଲ୍ସ ମ୍ୟାଚ୍‌ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ ।


    ଗୁରୁବାର ଠାରୁ ଅନ୍‌ଲାଇନରେ ଦର୍ଶକ ଟିକେଟ୍‌ କିଣିପାରିବେ । ପେଟିଏମ୍‌ ଇନ୍‌ସାଇଡରରେ ଟିକେଟ୍‌ ଉପଲବ୍ଧ ହେବ । ଟିକେଟ୍‌ ମୂଲ୍ୟ ୫୦୦, ୪୦୦, ୨୦୦ ଓ ୧୦୦ ଟଙ୍କା ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook