Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜୁନିଅର ହକି ବିଶ୍ବକପ, ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ

    Share on :
    ajab-Image
    Date: Nov 25, 2021    Views: 3673

    ଭୁବନେଶ୍ବର: ଜୁନିଅର ହକି ବିଶ୍ବକପ  ଦ୍ବିତୀୟ ଦିନରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ହୋଇଥିଲା ମୁକାବିଲା । ଇଜିପ୍ଟ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ୧୪-୦ ଗୋଲରେ ବିଶାଳ ବିଜୟ ହାସଲ କରିଛି ଆର୍ଜେଣ୍ଟିନା ।

    ମ୍ୟାଚ ଆରମ୍ଭରୁ ଆଟାକିଂ ମୁଡରେ ଆସିଥିଲା ଆର୍ଜେଣ୍ଟିନା । ସବୁ କ୍ବାର୍ଟରରେ ଇଡିପ୍ଟ ଖେଳାଳିଙ୍କ ଉପରେ ଭାରି ପଡିଥିଲେ ଆର୍ଜେଣ୍ଟିନା ଖେଳାଳି । ଆର୍ଜେଣ୍ଟିନା ଖେଳାଳିଙ୍କ ହକି ଷ୍ଟିକରୁ ଗୋଲ ପରେ ଗୋଲ ବର୍ଷା ହୋଇଥିଲା । ପ୍ରଥମ କ୍ବାର୍ଟର ରାଉଣ୍ଡ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୩-୦ ଗୋଲରେ ଆଗୁଆ ଥିଲା । ଏହାପରେ ତୃତୀୟ କ୍ବାର୍ଟର ରାଉଣ୍ଡ ଶେଷ ସୁଦ୍ଧା ୭-୦ ଗୋଲରେ ଆଗୁଆ ଥିଲେ ଆର୍ଜେଣ୍ଟିନା । ଶେଷ କ୍ବାର୍ଟରରେ ଆର୍ଜେଣ୍ଟିନାକୁ ୨ଟି ପେନଲ୍ଟି ସୁଟ ମିଳିଥିଲା। ଯାହାକୁ ଗୋଲରେ ପରିଣତ କରିଥିଲେ ଆର୍ଜେଣ୍ଟିନା ଖେଳାଳି। ମ୍ୟାଚ ଶେଷରେ ୧୪-୦ ଗୋଲରେ ଇଜିପ୍ଟକୁ ହରାଇଛି ଆର୍ଜେଣ୍ଟିନା ।ଇଜିପ୍ଟ ପକ୍ଷରୁ ବେଶ ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସର୍ବାଧିକ ଗୋଲ କରିବାରେ ରେକର୍ଡ ହାସଲ କରିଛି ଆର୍ଜେଣ୍ଟିନା । 

    Maximum 500 characters

    ଖେଳ ଖବର View all

    Find Us on Facebook