Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ହକି : ବେଲଜିୟମ ଠାରୁ ହାରିଲା ଭାରତ, ଏବେ ବ୍ରୋଂଜ ଆଶା

    Share on :
    ajab-Image
    Date: Aug 3, 2021    Views: 4836

    ଟୋକିଓ : ପୁରୁଷ ହକି ସେମି ଫାଇନାଲରେ ବେଲଜିୟମ ଠାରୁ ପରାସ୍ତ ହୋଇଛି ଭାରତ  । ଭାରତ ୨-୫ରେ ପରାସ୍ତ ହୋଇଥିଲେ ବି ଏହାର ଅଲମ୍ପିକ୍ସ ଅଭିଯାନ ଶେଷ ହୋଇନାହିଁ  । ଏହା ବ୍ରୋଞ୍ଜ ପଦକ ପାଇଁ ଆଉ ଏକ ମ୍ୟାଚ ଖେଳିବ  ।

    ଭାରତ ଦମଦାର ପ୍ରଦର୍ଶନ କରିଥିଲେବି ବେଲଜିୟମ କିନ୍ତୁ ଭାରି ପଡ଼ିଥିଲା  । ଭାରତୀୟ ଷ୍ଟ୍ରାଇକର ମନଦୀପ ସିଂହ କହିଛନ୍ତିଯେ, ଆମେ ମ୍ୟାଚରେ ବହୁତ ବଡ଼ ଭୁଲ କରିଦେଇଥିଲୁ  । ତେବେ ଆମର ଆଉ ଏକ ମ୍ୟାଚ ବାକି ଅଛି  । ବ୍ରୋଞ୍ଜ ପଦକ ପାଇଁ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି  ।

    ବେଲଜିୟମର ଆଲେକଜାଣ୍ଡାର ହେଣ୍ଡି୍ରକ୍ସ ହାଟ୍ରିକ ଗୋଲ ଦେଇ ଭାରତକୁ ପରାଜୟ ମୁଖକୁ ଠେଲି ଦେଇଥିଲେ  । ସୂଚନାଯୋଗ୍ୟଯେ, ୪୧ ବର୍ଷ ପରେ ଭାରତୀୟ ହକି ଟିମ ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା  । ବ୍ରୋଞ୍ଜ ପଦକ ପାଇଁ ଭାରତୀୟ ଟିମ ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳିବ  । ଅପରପକ୍ଷରେ ଭାରତୀୟ ମହିଳା ଟିମ ବି ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଛି  । ଏବେ ମହିଳା ଟିମର ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି  ।

    Maximum 500 characters

    TOKYO OLYMPIC View all

    Find Us on Facebook