Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆକାଶରୁ ଅଗ୍ନିବର୍ଷା,୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

    Share on :
    ajab-Image
    Date: Apr 3, 2024    Views: 3156

    ଭୁବନେଶ୍ୱର: ଆକାଶରୁ ଅଗ୍ନିବର୍ଷା। ଜଳୁଛି ଉପାନ୍ତରୁ ଉପକୂଳ। ଆଗକୁ ଆହୁରି ଅଶହ୍ୟ ଖରା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ଆଜି ୬ ଜିଲ୍ଲାକୁ ହିଟ୍ ୱେଭ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେ଼ଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ହିଟ୍ ୱେଭ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

    ସେହିଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମ ରାତି ଅନୁଭୂତ ହେବ। ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଏବଂ  ୫ ଓ ୬ ତାରିଖରେ ୧୦ ଜିଲ୍ଲାକୁ ହିଟ୍ ୱେଭ ନେଇ ସତର୍କତା ଜାରି କରାଯାଇଛି। ଆଜି ପଶ୍ଚିମ ଓଡ଼ିଶାରେ ପାରା ୪୨ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ୬ ତାରିଖ ପର୍ୟ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛି ପାଣିପଗ କେନ୍ଦ୍ର।

    Maximum 500 characters

    ତାଜା ଖବର View all

    Find Us on Facebook