Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତାତି: ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

    Share on :
    ajab-Image
    Date: Apr 16, 2024    Views: 4494

    ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଗାମୀ ୪ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆହୁରି ଖରା ବଢିବା ସହିତ ଅସହ୍ୟ ଗରମ ଅନୁଭୂତ ହେବ। ୪ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ।

    ଆଜି ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ଼ ଓ ୧୭ ତାରିଖ ପାଇଁ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ପାଇଁ ଆଲର୍ଟ ଜାରି କରାଯାଇଛି । ଖରା ପାଇଁ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

    ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook