Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପେଟରେ ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ

    Share on :
    ajab-Image
    Date: Nov 24, 2021    Views: 2497


    ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ଅନେକ ଲୋକଙ୍କ କ୍ଷେତ୍ରରେ ଗ୍ୟାସ ଏକ ମୁଖ୍ୟ ସମସ୍ୟା ଭାବରେ ଦେଖା ଯାଇଛି । ଗ୍ୟାସ ସମସ୍ୟା ଦ୍ୱାରା ପେଟରେ ଯନ୍ତ୍ରଣା,ଛାତି ଜଳାପୋଡ଼ା ହେବା ସହ କାହାର କାହାର ମୁଣ୍ଡ ମଧ୍ୟ ବିନ୍ଧା ହୁଏ । ତେବେ ଏହି ଗ୍ୟାସ ସମସ୍ୟାକୁ ଦୁର କରିବା ପାଇଁ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରିବା ସହିତ, ଏଥିପାଇଁ କିଛି ଘରୋଇ ଉପାୟ ଅବଲମ୍ବନ କରିବା ଆବଶ୍ୟକ । 

     - ଏହି ସମସ୍ୟା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ଗ୍ୟାସ ସମସ୍ୟାରୁ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ । ଖାସକରି ସାଧାପାଣି,ଲେମ୍ବୁପାଣି,ନଡ଼ିଆ ପାଣି ଆଦି ପ୍ରତିଦିନ ସେବନ କରିପାରିବେ । ଯାହା ଏହି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । 

     - ଉଭୟ ଶରୀର ଏବଂ ମନରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଯୋଗ । ପ୍ରତିଦିନ କିଛି ସମୟ ଯୋଗ ଅଭ୍ୟାସ କରିବା ଦ୍ୱାରା, ଏହି ସମସ୍ୟା କମ କରିଥାଏ ।

     - ଗ୍ୟାସ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ଫାଇବର । ତେଣୁ ଏହାକୁ ପ୍ରତିଦିନ ନିଜ ଡ଼ାଏଟରେ ସାମିଲ କରିବା ବେଶ ଉପକାରୀ । ବ୍ରୋକୋଲି, ଫୁଲକୋବି, ଗାଜର,ଡ଼ାଲି,ମଟର,ପାଳଙ୍ଗ ଆଦି ସେବନ କରିବା ଦ୍ୱାରା, ଏହା ପେଟ ଗ୍ୟାସ ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ । 

     - ଯଥାସମ୍ଭବ ତେଲ ଏବଂ ଅଧିକ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହି, ନିଜ ଡ଼ାଏଟରେ ସବୁଜ ପନିପରିବା, ତାଜାଫଳ,ଜୁସ୍ ଆଦି ସାମିଲ କରିବା ଭଲ ଏହି ସମସ୍ୟା ପାଇଁ । 

     - ଗ୍ୟାସ ସମସ୍ୟାର ସମ୍ମୁଖୀନ କରୁଥିଲେ, ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପାନମଧୁରୀ ଖାଇବା ଭଲ ।
        

    Maximum 500 characters

    ବିଶେଷ View all

    Find Us on Facebook