Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲମ୍ବା କେଶ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

    Share on :
    ajab-Image
    Date: Jul 4, 2022    Views: 2977

    ଭୁବନେଶ୍ୱର: କେଶ ଲମ୍ବା ରଖିବାକୁ ସମସ୍ତେ ଚାହାଁନ୍ତି। ଏମିତିରେ କିଛି ଝିଅ କେଶ ଲମ୍ବା ରଖିବା ପାଇଁ ଅନେକ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଏହାସତ୍ତ୍ୱେ ଯଦି କେଶ ଲମ୍ବା ହେଉ ନାହିଁ, ତା’ ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। କାହିଁକି ନା, ଆମେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ନେଇକି ଆସିଛୁ, ଯଦ୍ଦ୍ଵାରା ସହଜରେ କେଶ ଲମ୍ବା ହୋଇଯିବ। କେବଳ ଲମ୍ବା ହେବ ନାହିଁ, ବରଂ ଚମକ ମଧ୍ୟ ଦିଶିବ। ଆସନ୍ତୁ ଜାଣିବା ଏହି ଟିପ୍ସ…

    ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ
    ସମସ୍ତେ ଜାଣନ୍ତି, ମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହାଦ୍ୱାରା କେଶର ବୃଦ୍ଧି ବନ୍ଦ ହୋଇ ଯାଇପାରେ। ତେଣୁ ଯଦି ଆପଣ ନିଜ ଖାଦ୍ୟପେୟରେ ଅଧିକ ତେଲ, ମସଲାଯୁକ୍ତ ଜିନିଷ ସେବନ କରୁଛନ୍ତି କିମ୍ବା ଅଧିକ ଜଙ୍କ ଫୁଡ୍ ଖାଉଛନ୍ତି, ତା’ ହେଲେ ଏହାଠାରୁ ଦୂରେଇ ରୁହନ୍ତୁ।

    ଅଧିକ ପାଣି ପିଅନ୍ତୁ
    ଅନେକ ବାର ପାଣିର ଅଭାବ ଯୋଗୁ ମଧ୍ୟ କେଶର ବୃଦ୍ଧି ଅଟକି ଯାଇଥାଏ। ଏମିତିରେ ଆପଣ ନିଜ ଶରୀରରେ କେବେ ବି ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ, ନଚେତ୍ କେଶକୁ ଲମ୍ବା କରିବାର ଇଚ୍ଛା ଆପଣଙ୍କର ଅଧୁରା ରହିଯିବ।

    ତେଲ ନିଶ୍ଚୟ ମାଲିସ୍ କରନ୍ତୁ
    କେଶକୁ ଭରପୂର ପୋଷଣର ଆବଶ୍ୟକତା ରହିଛି। ଅର୍ଥାତ୍ ସପ୍ତାହରେ ତିନିଥର ଆପଣ ନିଜ କେଶରେ ତେଲ ମାଲିସ୍ କରିବା ଉଚିତ୍‌। ଏହାଦ୍ୱାରା ଆପଣଙ୍କୁ ଫାଇଦା ମିଳିବ। ତେଲ ମାଲିସ୍‌ କଲେ ଏହା କେଶର ବୃଦ୍ଧିକୁ ଅଟକାଇବ ନାହିଁ, ବରଂ ସହଜରେ ଆପଣଙ୍କ କେଶ ଧୀରେ ଧୀରେ ବଢ଼ିବାକୁ ଲାଗିବ।

    Maximum 500 characters

    ବିଶେଷ View all

    Find Us on Facebook