Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସାବଧାନ ! କେଶ ଓଦାଥିଲେ କରନ୍ତୁ ନାହିଁ ଏହି ଭୁଲ୍

    Share on :
    ajab-Image
    Date: Jul 3, 2022    Views: 2210

    ଭୁବନେଶ୍ୱର: ସବୁ ମହିଳାଙ୍କ ଇଚ୍ଛା ଥାଏ ତାଙ୍କ କେଶ ଭଲ, ଲମ୍ବା ଏବଂ ସୁନ୍ଦର ହେଉ। କେଶର ଦେଖାଶୁଣା କରିବା ଏତେ ସହଜ ନୁହେଁ। କାହିଁକି ନା ଛୋଟମୋଟ ଭୁଲ୍‌ କାରଣରୁ କେଶ ଖରାପ୍‌ ହେବା ଆଶଙ୍କା ରହିଛି। ହେୟାର ଏକ୍ସପର୍ଟଙ୍କ ମତରେ ଯଦି ଆପଣ କେଶକୁ ଭଲ ରଖିବାକୁ ଚାହଁୁଛନ୍ତି ତେବେ ଓଦା କେଶରେ ଏମିତି ଭୁଲ୍‌ କରନ୍ତୁ ନାହିଁ।

    ଓଦା କେଶରେ ମୁଣ୍ଡ କୁଣ୍ଡାଇବା
    ଅଧିକାଂଶ ମହିଳା ଭାବିଥାନ୍ତି ଓଦା କେଶରେ ମୁଣ୍ଡ କୁଣ୍ଡାଇଲେ କେଶର ଜଟା ଛାଡ଼ିଥାଏ। କିନ୍ତୁ ପ୍ରକୃତରେ କେଶ ଓଦା ଥିବା ସମୟରେ ଦୁର୍ବଳ ଥାଏ ଆଉ ଏହାକୁ କୁଣ୍ଡାଇଲେ ତାହା ସହଜରେ ଝଡ଼ିଯାଏ।

    ଓଦାକେଶକୁ କେବେ ବାନ୍ଧିବେନି

    ଓଦା କେଶ ଥିବା ସମୟରେ କେବେବି ବାନ୍ଧନ୍ତୁ ନାହିଁ। ଏହାଦ୍ୱାରା କେଶ ଦୁର୍ବଳ ହୋଇଯାଏ। ଏହା ଧୀରେ ଧୀରେ ଝଡ଼େ । ଓଦା କେଶରେ କେବେ ବି ବେଣୀ ପକାନ୍ତୁ ନାହିଁ।

    ବ୍ଲୋ ଡ୍ରାଏ କରନ୍ତୁ ନାହିଁ

    ଏମିତି କେତେକେ ଅଛନ୍ତି ଯେଉଁମାନେ କେଶକୁ ଜଲ୍‌ଦି ଶୁଖାଇବା ଲାଗି ବ୍ଲୋ ଡ୍ରାୟର ବ୍ୟବହାର କରିଥାନ୍ତି। ସବୁବେଳେ ଧ୍ୟାନ ରଖିବେ ଯେ ତୁରନ୍ତ ବାଥ୍‌ରୁମ୍‌ରୁ ବାହାରି ବ୍ଲୋ ଡ୍ରାୟରରେ କେଶକୁ ଶୁଖାନ୍ତୁ ନାହିଁ। ଧ୍ୟାନରଖନ୍ତୁ ଡ୍ରାୟର ଯେପରି ମିଡିୟମରେ ରଖି ବ୍ୟବହାର କରିବେ ଏବଂ ଏହାକୁ ଧୀରେ ଧୀରେ ହାଇରେ ରଖନ୍ତୁ।

    ଭୁଲ୍‌ରେ ବି ଓଦା କେଶ ସମୟରେ ଶୁଅନ୍ତୁ ନାହିଁ

    ଓଦା କେଶରେ କେବେ ବି ଶୁଅନ୍ତୁ ନାହିଁ। କାହିଁକି ନା ଏହାଦ୍ୱାରା ସ୍କାଲ୍ପର ଫୋଲିସେଲର କ୍ଷତି ହୋଇଥାଏ। ଯଦି ବି ଆପଣ ରାତିରେ କେଶକୁ ଧୋଇଥାନ୍ତି ତାକୁ ଶୁଖାଇବା ପରେ ହିଁ ଶୁଅନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook