Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସାମରେ ବନ୍ୟା ସ୍ଥିତି

    Share on :
    ajab-Image
    Date: May 16, 2022    Views: 2987

    ନୂଆଦିଲ୍ଲୀ: ଆସାମରେ ବର୍ଷା ଆଣିଲା ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଆସାମର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପାଣି ଘେରରେ ବିତୁଛି ଲୋକଙ୍କ ଜୀବନ । ଯାତାୟତ ପାଇଁ ଲୋକଙ୍କର ଭରସା ପାଲଟି ଦେଶୀ ଡ଼ଙ୍ଗା । ତଳିଆ ଅଞ୍ଚଳରେ ପାଣି ଜମି ରହିବା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ରାସ୍ତାଘାଟରେ ପାଣି ଜମିରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି ।
    ଆସାମ ଦିମାହାସା ଓ ଜିଲ୍ଲା ବର୍ଷା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ସହ ଭୁସ୍ଖଳନ ଯୋଗୁଁ ୩ଜଣଙ୍କର ପ୍ରାଣହାନୀ ହୋଇଛି । ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କତା କରାଯାଇଛି । ବର୍ଷା ଯୋଗୁଁ ୬ଟି ଜିଲ୍ଲାର ୨୪ ହଜାରରୁ ଅଧିକା ଲୋକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook