Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିମିଳିପାଳରେ ପ୍ରବଳ ବର୍ଷା: ପୋଲ ୫ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ

    Share on :
    ajab-Image
    Date: Aug 15, 2022    Views: 3338

    କରଞ୍ଜିଆ: କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ମୟୁରଭଞ୍ଜ ଜିଲ୍ଲାରେ ଲାଗିରହିଛି । ଵିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି ।

    ବର୍ଷା ପ୍ରଭାବରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣି ଗ୍ରାମ ପଞ୍ଚାୟତର ୫ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ରଙ୍ଗାମାଟିଆ ନିକଟରେ ଥିବା ପୋଲ ଉପରେ ୩ ଫୁଟ ଉପରେ ପାଣି ଚାଲୁଥିବାରୁ ଜଳବନ୍ଦୀ ହେଇଛନ୍ତି ଶହ ଶହ ଲୋକ । ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

    ଗତକାଲି ଠାରୁ ଶହ ଶହ ଲୋକେ ଜଳବନ୍ଦୀ ଥିବା ସୂଚନା ମିଳିଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ସେମାନେ କିପରି ପରିସ୍ଥିତିରେ ଅଛନ୍ତି କାହାରି ପାଖରେ ଖବର ନାହିଁ,ରାମଯୋଡି, ବାରାକାମଡା, କଦଳୀବାଡ଼ି, ଜଲଦା, ଦୁଧିଆଣି, ପାହାଡ଼ପୁର, ରାଣୀଭୋଳ ପ୍ରଭୁତି ଗାଁ ଜଳବନ୍ଦୀ ଥିବାର ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook