Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜଳକା ନଦୀରେ ବନ୍ୟା

    Share on :
    ajab-Image
    Date: Aug 15, 2022    Views: 2882

    ଜଳେଶ୍ଵର : ବୃଦ୍ଧି ପାଇବାରେ ଲାଗିଛି ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୫ ମିଟରରେ ପ୍ରବାହିତ ହେଉଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ଜମି ଗୁଡ଼ିକରେ ବନ୍ୟାଜଳ ମାଡ଼ି ଯାଇଛି।

    ସୂଚନାନୁଯାୟୀ, ବନ୍ୟା ଫଳରେ ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୫ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇଛି । ବସ୍ତା ବ୍ଲକର ଦୁଧହଂସା, ବାହାର୍ଦା, କୁଡିଆ, ବାସିତକୁରାଇ, ସଦାନନ୍ଦ ପୁର, ବରୁଣଗଡିଆ, ବ୍ରାହ୍ମୁଣଦା, ରାଉତପଡା, ଗଡପଦା, ଦରବା, ମୁକୁଳିସି, ଓ ମଥାନୀ ପଞ୍ଚାୟତର ଏବଂ ସଦର ବ୍ଲକ ରଶଲପୁର, ଶ୍ରୀରାମ ପୁର ପଞ୍ଚାୟତ ପ୍ରଭାବିତ ହୋଇଛି। ନଦୀର ଉପର ମୁଣ୍ଡରେ ଗତ ଦୁଇଦିନ ଧରି ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଆଗକୁ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୩ଟି ପଞ୍ଚାୟତ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଆବଶ୍ୟକ ପଡିଲେ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି। ନଦୀ ବନ୍ଧ ଦୁର୍ବଳ ଥିବାରୁ ୨ ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସୂଚନା ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook