Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

FIFA MEMORY

ମୁଖ୍ୟ ଖବର

    ଫିଫା ବିଶ୍ୱକପ: ବ୍ରାଜିଲକୁ ସର୍ବାଧିକ ୫ଥର ଟାଇଟଲ

    Share on :
    ajab-Image
    Date: Nov 3, 2022    Views: 2482

    କତାର : ବିଶ୍ୱକପ ସର୍ବୋଚ୍ଚ ଲୋକପ୍ରିୟ କ୍ରୀଡା ଫୁଟବଲ  ମହାକୁମ୍ଭ ୨୨ ତମ ସଂସ୍କରଣ କତାର ପୁରୁଷ ଫୁଟବଲ ବିଶ୍ୱକପ -୨୦୨୨ ଚଳିତ ନଭେମ୍ବର ୨୦ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳା ଯିବ  । ପ୍ରତିଯୋଗିତା ଆଉ ୧୭ ଦିନ  ରହିଥିଲାବେଳେ  ଫୁଟବଲ ପ୍ରେମୀଙ୍କ ଉସôାହ  ବଢିବାରେ ଲାଗିଛି  । ୧୯୩୦ରୁ ଆରମ୍ଭ ହୋଇଥିବା ଫୁଟବଲ  ବିଶ୍ୱକପର ୨୧ତମ ସଂସ୍କରଣ  ଏଥିମଧ୍ୟରେ ଶେଷ ହୋଇଛି  ।  ଏଥିରେ ବା୍ରଜିଲ ସର୍ବାଧିକ ୫ଥର ଚମ୍ପିଆନ  ଆଖ୍ୟା ଅର୍ଜନ କରିଥିଲାବେଳେ ଇଟାଲୀ ୪ର୍ଥ , ଜର୍ମାନୀ ୪ର୍ଥ, ଉରୁଗୁଏ, ଫ୍ରାନ୍ସ , ଆର୍ଜେନା ଦୁଇ ଥର ଲେଖାଁ , ଇଂଲଣ୍ଟଓ ସ୍ପେନ ଥରେ ବ୍ରାଜିଲ ୧୯୫୮ ସ୍ୱିଡେନରେ ଆୟୋଜିତ ବିଶ୍ୱକପର ୬ଷ୍ଠ , ସଂସ୍କରଣରେ ପ୍ରଥମ ଥର ପାଇଁ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ  । ୧୯୬୨ରେ ଚିଲିରେ ଆୟୋଜିତ ସପ୍ତମ ସଂସ୍କାରଣରେ ମଧ୍ୟ ବ୍ରାଜିଲ କ୍ରମାଗତ ଭାବେ ଦ୍ୱିତୀୟ ଥର ଚମ୍ପିଆନ ହୋଇଥିଲା  । 

    ୧୯୭୦ରେ ମେକ୍ସିକୋରେ ବ୍ରିଜିଲ  ୩ୟ ଥର ପାଇଁ ଚମ୍ପିଆନ  ହୋଇଥିଲା  । ୪ର୍ଥ ଟାଇଟଲ  ବ୍ରାଜିଲକୁ ୨୪ ବର୍ଷ ଅପେକ୍ଷା କରିବାକୁ ପଡିଥିଲା  । ଦଳ ୧୯୯୪ରେ ୪ର୍ଥ ଥର ପାଇଁ ଚମ୍ଫିଆନ ହୋଇଥିଲା  । ରୋନାଲଡୋ ଓ ଲୋନାଲଡିନୋଙ୍କ ଭଳି  ତାରକା  ଖେଳାଳି ଦଳକୁ  ଉକ୍ତ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ୨୦୦୨ରେ ବ୍ରାଜିଲ ଶେଷ ଥର ତଥା ୫ମ ଥର ଟ୍ରିଫି ଜିତିଥିଲା  । ରୋନାଲଡୋଙ୍କ ଅବସର ପରେ ବ୍ରାଜିଲ ଆଉ ବିଶ୍ୱକପ ଜିତିବାରେ ସଫଳ ହୋଇନାହିଁ  । ୨୦ ବର୍ଷ ହେବ ବ୍ରାଜିଲ ଆଉ ବିଶ୍ୱକପ ଜିତିନାହିଁ  । ଚଳିତ ଥର ଗ୍ରୁପ-ଜି ରେ  ସର୍ବିଆ, ସ୍ୱିଜରଲାଣ୍ଡ ଓ କାମେରୁନ  ସହ ସ୍ଥାନ ପାଇଛି  । ସେମାନଙ୍କ ପଭଳି ତାରକା ଖେଳାଳିଙ୍କୁ  ନେଇ ଗଠିତ ବ୍ରାଜିଲ କାତାରରେ ୬ଷ୍ଠ ଥର ପାଇଁ ଚାÿମ୍ଫିଆନ ହେବାର ଲକ୍ଷ୍ୟ ରଖିଛି ।

    Maximum 500 characters

    FIFA MEMORY View all

    Find Us on Facebook