Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଥମରୁ ନବମ ପରୀକ୍ଷା ଫଳ ଏପ୍ରିଲ ୨ରେ ଆସିବ

    Share on :
    ajab-Image
    Date: Mar 29, 2024    Views: 3202

    ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍‌ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଫଳ ଅଭିଭାବକଙ୍କୁ ଅବଗତ କରିବା ପାଇଁ ୨ ତାରିଖ ଦିନ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ୟ୍ୟକ୍ରମରେ ସମସ୍ତ ଅଭିଭାବକ ଯେପରି ଉପସ୍ଥିତ ରହିବେ ସେନେଇ ସମସ୍ତଙ୍କୁ ପ୍ରଧାନ ଶିକ୍ଷକମାନେ ଅବଗତ କରିବେ। ବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି କାର୍ୟ୍ୟକ୍ରମ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook