Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ନକଆଉଟରେ ଇଟାଲି

    Share on :
    ajab-Image
    Date: Jun 18, 2021    Views: 3905

    ରୋମ: ଚଳିତ ୟୁରୋ ୨୦୨୦ ରେ ଇଟାଲି ପ୍ରଥମ ଦଳ ଭାବେ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ତୁର୍କିକୁ ହରାଇଥିବା ଏହି ଦଳ ବୁଧବାର ମଧ୍ୟରାତ୍ରରେ ଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ସ୍ୱିଜରଲାଣ୍ଡ ବିପକ୍ଷ ମ୍ୟାଚକୁ ୩-୦ ଗୋଲରେ ଜିତି ନେଇଛି । ମ୍ୟାଚର ୨୬ତମ ମିନିଟରେ ଲୋକାଟେଲି ଇଟାଲି ପାଇଁ ପ୍ରଥମ ଗେଲ ସ୍କୋର କରିଥିଲେ । ଫଳରେ ପ୍ରଥମାର୍ଦ୍ଧକୁ ଇଟାଲି ୧-୦ ଅଗ୍ରଣୀ ଶେଷ କରିଥିଲା । ଦ୍ୱିତୀୟାର୍ଦ୍ଧରେ ଲୋକୋଟେଲି (୫୨ ମିନିଟ) ଆଉ ଏକ ଗୋଲ ଦେଇ ଯୁଗଳ ସଫଳତା ପାଇବା ସହ ଦଳକୁ ୨-୦ ରେ ଆଗୁଆ କରିଥିଲେ । ଏଥିସହ ଲୋକୋଟେଲି (୨୩ ବର୍ଷ) ପ୍ରତିଯୋଗିତାର ଏ ପର୍ଯ୍ୟନ୍ତ ସର୍ବକନିଷ୍ଠ ସ୍କୋରର ହେବାର ଗୌରବ ପାଳିଥିଲେ । ଇମୋବିଲି (୮୯ ମିନିଟ) ଦଳ ପାଇଁ ଦ୍ୱିତୀୟ ଗୋଲ ଯୋଡ଼ିଥିଲେ ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook