Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଫିନଲାଣ୍ଡକୁ ହରାଇଲା ରୁଷିଆ

    Share on :
    ajab-Image
    Date: Jun 17, 2021    Views: 4034

    ସେଣ୍ଟପିଟର୍ସବର୍ଗ: ଚଳିତ ୟୁରୋ କପରେ ରୁଷିଆ ବୁଧବାର ପ୍ରଥମ ବିଜୟ ପାଇଛି । ବେଲଜିୟମଠୁ ନିଜର ପ୍ରଥମ ମ୍ୟାଚ ହାରିଥିବା ରୁଷିଆ ଦ୍ୱିତୀୟ ମ୍ୟାଚରେ ୧-୦ ଗୋଲରେ ଫିନଲାଣ୍ଡକୁ ପରାସ୍ତ କରି ପୂରା ୩ ପଏଣ୍ଟ ପକେଟସ୍ଥ କରିଛି । ଏହି ବିଜୟ ସହ ରୁଷିଆ ଗ୍ରୁପ ବି’ର ଦ୍ୱିତୀୟ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ଫିନଲାଣ୍ଡ ତୃତୀୟକୁ ଖସିଯାଇଛି । ରୁଷିଆର ଗାଜପ୍ରୋମ ଏରିନାରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମାର୍ଦ୍ଧର ଶେଷ ମିନିଟରେ ଘରୋଇ ଦଳ ଗୋଲ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା । ଦଳ ପକ୍ଷରୁ ଏହି ଏକମାତ୍ର ଗୋଲଟି ଆଲେକସେଇ ମିରାନଚୁକ (୪୫+୨ ମିନିଟ) ଦେଇଥିଲେ । ଦ୍ୱିତୀୟାର୍ଦ୍ଧ ଗୋଲ ଶୂନ୍ୟରେ ଶେଷ ହୋଇଥିଲା । ଫଳରେ ରୁଷିଆ ଘରୋଇ ପଡ଼ିଆରେ ବିଜୟ ବାନା ଉଡ଼ାଇଥିଲା ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook