Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    କେମିତି ଆରମ୍ଭ ହୋଇଥିଲା ୟୂରୋ କପ, ଜାଣନ୍ତୁ

    Share on :
    ajab-Image
    Date: Jun 9, 2021    Views: 3747

    ବିଶ୍ୱର ଯେଉଁ କେତେକ ହାତଗଣତି ଫୁଟବଲ ଟୁର୍ଣ୍ଣାମେଂଟ ଚର୍ଚ୍ଚା ସୃଷ୍ଟି କରିଥାଏ ସେଥିମଧ୍ୟରୁ ୟୂରୋ କପ ଅନ୍ୟତମ  । ଫ୍ରେଂଚ ଫୁଟବଲ ମହାସଂଘର ମହାସଚିବ ହେନେରି ଡେଲାଉନାୟ ପ୍ରଥମେ ଏଭଳି ଫୁଟବଲ ଟୁର୍ଣ୍ଣାମେଂଟର ପରିକଳ୍ପନା କରିଥିଲେ  । ୧୯୨୭ରେ ସେ ଏହା ପରିକଳ୍ପନା କରିଥିଲେବି ତାଙ୍କ ମୃତୁ୍ୟର ୩ ବର୍ଷ ପରେ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିଲା  । ଯେଉଁଥିପାଇଁ ତାଙ୍କ ନାମରେ ଚାମ୍ପିଆନସ ଟ୍ରଫି ପ୍ରଦାନ କରାଯାଇଥିଲା  ।

    ୧୯୬୦ରେ ଫ୍ରାନ୍ସରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଥିବାବେଳେ ପ୍ରଥମ ୟୂରୋ କପରେ ସୋଭିଏତ ୟୂନିଅନ ୟୂଗୋସ୍ଲୋଭିଆକୁ ହରାଇ ଚମ୍ପିଆନ ହୋଇଥିଲା  । ଅପରପକ୍ଷରେ ରାଜନୈତିକ କାରଣରୁ ସୋଭିଏତ ୟୂନିୟନ ବିପକ୍ଷ ମ୍ୟାଚ ବର୍ଜନ କରି ସ୍ପେନ ଚର୍ଚ୍ଚା ସୃଷ୍ଟି କରିଥିଲା  । ସେହିପରି ଇଂଲଣ୍ଡ, ନେଦରଲାଣ୍ଡ, ୱେଷ୍ଟ ଜର୍ମାନୀ ଓ ଇଟାଲୀ ଭଳି ବଡ଼ ଦଳ ବି ଏଥିରେ ଅଂଶଗ୍ରହଣ କରିନଥିଲେ  ।

    ୧୯୬୪ରେ ଦ୍ୱିତୀୟ ଟୁର୍ଣ୍ଣାମେଂଟ ସ୍ପେନରେ ହୋଇଥିଲା  । ଏଥିରେ ୨୯ଟି ଟିମ ଅଂଶଗ୍ରଣ କରିଥିଲେ  । ସ୍ପେନ ସୋଭିଏତ ୟୂନିଅନକୁ ହରାଇ ଟାଇଟଲ ହାସଲ କରିଥିଲା  । ୧୯୬୮ରେ ଇଟାଲୀ ଚମ୍ପିଆନ ହୋଇଥିବାବେଳେ ୧୯୭୨ରେ ଜର୍ମାନୀ ବାଜିମାତ କରିଥିଲା  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook