Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ହୁମେଲ୍ସଙ୍କ ଆତ୍ମଘାତୀ ଗୋଲରେ ଜିତିଲା ଫ୍ରାନ୍ସ

    Share on :
    ajab-Image
    Date: Jun 17, 2021    Views: 3870

    ମୁନିକ: ଚଳିତ ୟୁରୋ କପର ବୁଧବାର ମ୍ୟାଚରେ ଜର୍ମାନିର ମ୍ୟାଟ୍ସ ହୁମେଲ୍ସଙ୍କ ଗୋଲ ଉପହାରରେ ଫ୍ରାନ୍ସ ବିଜୟୀ ହୋଇ ପୂରା ପଏଣ୍ଟ କରାୟତ୍ତ କରିଛି । ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ ବଳରେ ବିଶ୍ୱ ବିଜେତା ଫ୍ରାନ୍ସ ୧-୦ ଗୋଲରେ ଜର୍ମାନିକୁ ମାତ ଦେଇଥିଲା । ଏଥିସହ ଆୟୋଜକ ଜର୍ମାନି ଏହି ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ପ୍ରାରମ୍ଭିକ ମ୍ୟାଚ ହାରିବାର ଅଲୋଡ଼ା ଯଶ ମୁଣ୍ଡାଇଥିଲା । ମ୍ୟାଚର ୨୦ତମ ମିନିଟରେ ମିଡଫିଲଡର ପଲ ପୋଗବାଙ୍କ ଏକ ସୁନ୍ଦର ପାସକୁ ଲୁକାସ ହର୍ନାନେ୍ଦଜ ଗୋଲ ଦେବାକୁ ଚେଷ୍ଟା କରୁଥିଲେ । ହେଲେ ଜର୍ମାନିର ଡିଫେଣ୍ଡର ହୁମେଲ୍ସ ଏହାକୁ ଅଟକାଇବାକୁ ଚେଷ୍ଟା କରୁକରୁ ବଲ ନିଜ ଗୋଲ ପୋଷ୍ଟ ମଧ୍ୟରେ ପଶିଯାଇଥିଲା । ଏହି ଗୋଲ ବଳରେ ଫ୍ରାନ୍ସ ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିଥିଲା । ଜର୍ମାନି କୀର୍ତ୍ତିମାନ ଭରା ନିଜର ୫୦ତମ ମ୍ୟାଚରେ ଭଲ ଖେଳିଥିଲା । ପୋଗବା ଏବଂ କିଲିଆନ ଏମବାପେଙ୍କ ଦୁଇ ଦୁଇଟି ଗୋଲ ସୁଯୋଗକୁ ବିଫଳ କରିଥିଲା । ହେଲେ ହୁମେଲ୍ସଙ୍କ ଆତ୍ମଘାତୀ ଗୋଲ ହି ଦଳ ପରାଜୟର ପ୍ରମୁଖ ଭୂମିକା ନେଇଥିଲା । ହୁମେଲ୍ସ ଦୁଇ ବର୍ଷ ଜାତୀୟ ଦଳରୁ ବାଦ ପଡ଼ିବା ପରେ ଏହି ପ୍ରତିଯୋଗିତାକୁ ଫେରିଥିଲେ । ୨୦୧୮ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବା ପରେ ଜର୍ମାନି ଘରୋଇ ଦର୍ଶକଙ୍କ ସମ୍ମୁଖରେ ବିଜୟ ପାଇବା ଆଶା ରଖିଥିଲା । ହେଲେ ଏହା ହୋଇପାରିନଥିଲା । ଅନ୍ୟପକ୍ଷରେ ନିଜର ଶେଷ ୧୭ ମ୍ୟାଚରେ ଅପରାଜିତ ଥିବା ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରି ପ୍ରମୁଖ ଟ୍ରଫି ଦାବିଦାର ହୋଇଛି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook