Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଇଂଲଣ୍ଡ-ସ୍କଟଲାଣ୍ଡ ଗୋଲ ଶୂନ୍ୟ

    Share on :
    ajab-Image
    Date: Jun 20, 2021    Views: 3284

    ଲଣ୍ଡନ: ସ୍ଥାନୀୟ ୱିମ୍ବଲ ଷ୍ଟାଡିୟମରେ ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୟୁରୋା ୨୦୨୦ ମ୍ୟାଚ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ । ମ୍ୟାଚର ଦ୍ୱାଦଶ ମିନିଟରେ ସ୍କଟଲାଣ୍ଡର ଷ୍ଟିଫେନ ଓ’ଡୋନେଲ ଓ ଜୋର୍ଡାନ ପିକଫୋର୍ଡ ଏକ ସୁଯୋଗ ପାଇଥିଲେ । ହେଲେ ଇଂଲଣ୍ଡ ଡିଫେଣ୍ଡର ଜନ ଷ୍ଟୋନ୍ସ ହେଡର ଜରିଆରେ ଏମାନଙ୍କ ପ୍ରୟାସକୁ ବୃଥା କରିଦେଇଥିଲେ । ସେିହପରି ୭୮ ତମ ମିନିଟରେ ଇଂଲଣ୍ଡ ଷ୍ଟ୍ରାଇକର ଚେ ଆଦାମସ ସୁଯୋଗ ସୃଷ୍ଟି କରିଥିଲେ । ଏହାକୁ ସ୍କଟଲାଣ୍ଡ ଗୋଲ ରକ୍ଷକ ଡେଭିଡ ମାର୍ସଲ ଅଟକାଇ ଦେଇଥିଲେ । ଉଭୟ ଦଳ ଗୋଲ ଲାଗି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଏହି ଅମୀମାଂସିତ ମ୍ୟାଚରୁ ୧ ପଏଣ୍ଟ ପାଇ ଇଂଲଣ୍ଡ (୪) ଗ୍ରୁପ ଡିରେ ଚେକ ଗଣରାଜ୍ୟ (୪) ସହ ମିଳିତ ଭାବେ ଶୀର୍ଷରେ ରହି ନକଆଉଟ ଖୋଲିବା ଆଶା ଉଜ୍ଜୀବିତ ରଖିଛି । ଅନ୍ୟ ପକ୍ଷରେ ସ୍କଟଲାଣ୍ଡ ପଏଣ୍ଟ ଖାତା ଖୋଲି କ୍ରୋଏସିଆ (୧) ସହ ଶେଷ ସ୍ଥାନରେ ରହିଛି । ମଙ୍ଗଳବାର ଇଂଲଣ୍ଡ-ଚେକ ଗଣରାଜ୍ୟ ଏବଂ ସ୍କଟଲାଣ୍ଡ-କ୍ରୋଏସିଆ ମଧ୍ୟରେ ମ୍ୟାଚ ଖେଳାଯିବ ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook