Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Engineering

ମୁଖ୍ୟ ଖବର

    ଇଞ୍ଜିନିୟରିଂ ପ୍ରବେଶିକା କୋଚିଂ ମାଗଣା, କାହାକୁ ଜାଣନ୍ତୁ

    Share on :
    ajab-Image
    Date: Apr 11, 2022    Views: 2978


    ଭୁବନେଶ୍ୱର: ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟର ଏସସି, ଏସ୍ଟି ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଯୋଗାଇବା ପାଇଁ ଏକ ଯୋଜନା ଜରିଆରେ ଓଡିଶା ସରକାର ଘୋଷଣା କରିଛନ୍ତି  । ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଏହି କୋଚିଂ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି  । ଛାତ୍ର ପ୍ରୋତ୍ସାହନ ଯୋଜନାର ଉଦ୍ଘାଟନ କରି ସାଂସଦ ଅମର ପଟ୍ଟନାୟକ ଏହି ଘୋଷଣା କରିଥିବା ବେଳେ ୨୦୨୧ ଓଜେଇଇ ମେରିଟ୍ ଲିଷ୍ଟରେ ଥିବା ଏସ୍ସି, ଏସ୍ଟି ଛାତ୍ରଛାତ୍ରୀଙ୍କୁ ୨୦୦ ଟାବଲେଟ୍ ବଣ୍ଟନ କରିଥିଲେ । ଏହାସହ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଚିଂର ଅଧିକାର ପାଇବେ ବୋଲି ଘୋଷଣା କରିଥିଲେ ।
    ସାଂସଦ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟର ମେଧାବୀ ଏସସି ଏବଂ ଏସଟି ଛାତ୍ରମାନଙ୍କ ପାଇଁ ସାଂସଦ ପାଣ୍ଠିରୁ ୨୦୦ ଟ୍ୟାବ୍ ବଣ୍ଟନ କରି ମୁଁ ଅତ୍ୟନ୍ତ ଖୁସି  । ଏହି ଛାତ୍ରଛାତ୍ରୀଙ୍କୁ ଛାତ୍ର ପ୍ରୋତ୍ସାହନ ସ୍କିମ୍ ଅଧୀନରେ ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ବିଶେଷ କୋଚିଂ ଦିଆଯିବ । ଏହାସହ ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏସଟି ଏବଂ ଏସସି ବିକାଶ ବିଭାଗ ସାତୋଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବ  । ଯେଉଁଠାରେ ପ୍ରତିବର୍ଷ ଏହିପରି ୩୨୦ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ।

    କେନ୍ଦ୍ରଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ଦିଗରେ ଉତ୍ସାହିତ କରିବେ । ମେଡିକାଲ ଏବଂ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ପାଇଁ ଅଳ୍ପ ବୟସରୁ ସମ୍ଭାବ୍ୟ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଏବଂ ଶିକ୍ଷାକ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦେ୍ଧଶ୍ୟ  । କ୍ଲାସ୍ ୧୦ ମେରିଟ୍ ଏବଂ ଏସ୍ଏସ୍ଡି ହାଇସ୍କୁଲରୁ ମ୍ୟଟ୍ରିକ୍ ପାସ୍ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଚୟନ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀ ଚୟନ କରାଯିବ  । ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ୩୦,୦୦୦ରୁ ଊର୍ଦ୍ଧ୍ୱ ଏସ୍ସି ଏବଂ ଏସ୍ଟି ଛାତ୍ରଛାତ୍ରୀ  ଉପସ୍ଥିତ ରହିବେ  ।

     

    Maximum 500 characters

    Engineering View all

    Find Us on Facebook