Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Engineering

ମୁଖ୍ୟ ଖବର

    ଖାଲି ପଡ଼ିଛି ଇଞ୍ଜିନିୟରିଂ ସିଟ୍, ପଛରେ ରହିଛି ଏହି କାରଣ

    Share on :
    ajab-Image
    Date: Apr 11, 2022    Views: 2582

    ଅହମ୍ମଦାବାଦ: ଗୁଜରାଟରେ ଇଞ୍ଜିନିୟରିଂ ଛାତ୍ରଙ୍କ ସେମିଷ୍ଟାର୍ ପରୀକ୍ଷାରେ ବିଳମ୍ବ ତଥା ଜାନୁଆରୀରେ ହେବାକୁ ଥିବା ସେମିଷ୍ଟାର୍ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛି ଗୁଜରାଟ ଟେକ୍ନୋଲୋଜି ୟୁନିଭର୍ସିଟି (ଜିଟିୟୁ) । ଜିଟିୟୁ ନାମଲେଖା କମିଟିର ଏହି ନିଷ୍ପତ୍ତି ପାଇଁ ଏବଂ ଅନେକ ଛାତ୍ର ଆଇଆଇଟି ଏବଂ ଏନ୍ଆଇଟିରେ ଆଡ୍ମିଶନ୍ କରିବା ପରେ ଏଠାରେ ୫୪୮ ସିଟ୍ ଖାଲି ପଡ଼ିଛି  । ଏଥିଲାଗି ଯୋସା (ଜଏଣ୍ଟ ସିଟ୍ ଆଲୋକେସନ୍ ଅଥୋରିଟି) ପଦକ୍ଷେପ ସ୍ୱରୂପ ଏବେ ଅଣ୍ଡର୍ ଗ୍ରାଜୁଏଟ୍ ପିଲାଙ୍କୁ ନାମ ଲେଖା ପାଇଁ ସୁଯୋଗ ଦେଇଛି । ଏହି ସିଟ୍ କେବଳ ସେହିମାନଙ୍କୁ ଦିଆଯିବ ଯେଉଁମାନେ ଆଇଆଇଟି ଏବଂ ଏନ୍ଆଇଟିରେ ହାଇସ୍କୋର୍ କରିଛନ୍ତି  । ଏମାନଙ୍କୁ ସରକାରୀ ଏବଂ ଗ୍ରାଣ୍ଟ୍ ଇନ୍ ଏଡ୍ ଅନ୍ତର୍ଭୁକ୍ତ କଲେଜରେ କମ୍ପୁ୍ୟଟର୍ ସାଇନ୍ସ, ଆଇଟି ଏବଂ ସିଭିଲ୍ ଇଞ୍ଜିନିୟରିଂ ବିଷୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯାଇଛି  ।

    ଏହି ପରୀପ୍ରେକ୍ଷୀରେ ଯେଉଁ ଛାତ୍ର ଚାହିଁବେ ଉପରୋକ୍ତ ବିଷୟ ମଧ୍ୟରୁ ଯେକୌଣସି ବିଷୟରେ ଆଡ୍ମିସନ୍ କରିପାରିବ । ଯେମିତିକି ଜଣେ ଛାତ୍ର ଯଦି ଆଇଟି ବିଷୟ ପାଇଁ ଯୋଗ୍ୟ ବିବେଚିତ ହୋଇଥିବ ତେବେ ସେହି ଛାତ୍ରଜଣକ ସିଭିଲ୍ ଇଞ୍ଜିନିୟରିଂରେ ମଧ୍ୟ ନାମ ଲେଖାଇପାରିବ । ତେବେ ଏଲ୍ଡି କଲେଜ ଅଫ୍ ଇଞ୍ଜିନିୟରିଂ, ବିଶ୍ୱକର୍ମା କଲେଜ ଅଫ୍ ଇଞ୍ଜନିୟରିଂ, ଆଇଆଇଟି ରାମ୍ ଏବଂ ରାଜକୋଟ ସରକାରୀ ଇଞ୍ଜନିୟରିଂ କଲେଜ ଆଦି ସମେତ ଆହୁରି ଅନେକ ଇଞ୍ଜନିୟରିଂ କଲେଜରେ ୫୪୮ ସିଟ୍ ଖାଲି ପଡ଼ିଛି  ।

    ଅପରପକ୍ଷେ ଜାନୁଆରୀରେ ହେବାକୁ ଥିବା ପରୀକ୍ଷାରେ ଅନ୍ୟ ଏକ ସମସ୍ୟା ଉଭା ହୋଇଛି ଯେ, ଯଦି ଜଣେ ଛାତ୍ର ଆଇଟି ପାଇଁ ଯୋଗ୍ୟ ବିବେଚିତ ହୋଇ ପଢ଼ା ଆରମ୍ଭ କରିଥିବେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସିଭିଲ୍ ଇଞ୍ଜନିନିୟରିଂ ଶାଖାକୁ ପାଠ୍ୟକ୍ରମ ପରିବର୍ତ୍ତନ କରିବ, ତେବେ ଜାନୁଆରୀରେ ହେବାକୁ ଥିବା ପରୀକ୍ଷାରେ ସମ୍ପୃକ୍ତ ଛାତ୍ରଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ  ।

    Maximum 500 characters

    Engineering View all

    Find Us on Facebook